www.samajalive.in
Tuesday, December 9, 2025
17.1 C
Bhubaneswar

ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ବୁଡି ଜଣେ ତୀର୍ଥଯାତ୍ରୀ ମୃତ

ଯାଜପୁର : ଯାଜପୁରର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ବୁଡି ଶନିବାର ଜଣେ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ତୀର୍ଥଯାତ୍ରୀ ଜଣଙ୍କ ବିଶାଖାପାଟଣା ସିଥମପେଟ ଅଞ୍ଚଳର ଦୁର୍ଗା ରାଓଙ୍କ ଝିଅ ଗିବିଡି ଦୁର୍ଗା ।
ସୂଚନା ମୁତାବକ, ବିଶାଖାପାଟଣା ସିଥମପେଟ ଅଞ୍ଚଳରୁ ୧୨୦ଜଣ ତୀର୍ଥଯାତ୍ରୀ ଓଡିଶାକୁ ତୀର୍ଥ ପାଇଁ ଆସିଥିଲେ । ପ୍ରଥମେ ପୁରୀ କୋଣାର୍କ ଭ୍ରମଣ ସାରି ଶନିବାର ମାଆ ବିରଜାଙ୍କ ଦର୍ଶନ ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ଗାଧୋଇବା ସମୟରେ ତିନିଜଣ ନିଦୀରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣ ଉଦ୍ଧାର ହେବାପରେ ଗିବିଡି ନିଖୋଜ ଥିଲେ । ଘଟଣାସ୍ଥଳରେ ଯାଜପୁର ଦମକଳ ବାହିନୀ ପହଞ୍ଚି ବହୁ ଖୋଜାଖୋଜି କରି ଗିବିଡିଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories