www.samajalive.in
Wednesday, November 12, 2025
19.1 C
Bhubaneswar

ସୁକିନ୍ଦା ସମସ୍ୟା ବଢୁଛି, ଆଇନ ଶୃଙ୍ଖଳା ବିଗୁଡୁଛି : ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

ଯାଜପୁର: ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ବଢିବା ସହିତ ଆଇନ ଶୃଙ୍ଖଳା ବିଗିଡି ଯାଇଛି। ପ୍ରଶାସନର ନୀରବତା ପରିସ୍ଥିତିକୁ ଆହୁରି ଜଟିଳ କରୁଛି । ଏ ନେଇ ଯାଜପୁର ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣଙ୍କୁ ଭେଟିଛନ୍ତି ସୁକିନ୍ଦାର ପୁର୍ବତନ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଜିଲ୍ଲାପାଳଙ୍କ ସହିତ ଆଲୋଚନା ସମୟରେ ଇଂ ଘଡାଇ ଦାନଗଦୀ ବ୍ଲକ ମାନପୁର ଓଭର ବ୍ରିଜରେ ଉପଜୁଥିବା ଟ୍ରାଫିକ୍ ସମସ୍ୟା ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ଶିଳ୍ପ ସଂସ୍ଥାକୁ ଦୈନିକ ଭାରିଯାନ ଯିବା ଆସିବା କରିବା ଦ୍ୱାରା ଟ୍ରାଫିକ ସମସ୍ୟା ଉତ୍କଟ ହୋଇଛି । ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ଅଟକି ଯିବା ସହିତ ରୋଗୀମାନେ ମଧ୍ୟ ସମସ୍ୟାରେ ପଡୁଛନ୍ତି । ବିଶେଷ କରି ଛାତ୍ରଛାତ୍ରୀ ମାନେ ଟ୍ରାଫିକ ସମସ୍ୟା ଯୋଗୁଁ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି । ଭାରି ଯାନ ଗୁଡିକର ଗତିପଥ ପରିବର୍ତ୍ତନ କରି କିଭଳି ଏହି ସମସ୍ୟା ଦୂର କରାଯିବ ସେ ନେଇ ଆଲୋଚନା କରିଥିଲେ । କାଳିଆପାଣି ପଞ୍ଚାୟତର ସୁକରଙ୍ଗି ଠାରେ ଓଏମସି ଡ଼ମ୍ପିଙ୍ଗ ୟାର୍ଡ ପାର୍ଶ୍ୱରେ ପାଚେରୀ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ଇଂ ଘଡାଇ । ଖଣିରୁ ବାହାରି ଥିବା ମାଟି ପାହାଡ଼ ସଦୃଶ ଗଦା ହୋଇଥିବାରୁ ସେଗୁଡିକ ଧସି ଯାଇ ନିକଟରେ ଥିବା ଚାଷ ଜମିକୁ ପୋତି ଦେଉଛି । ଫଳରେ ଏହି ଅଞ୍ଚଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଆଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ଚାଷ କ୍ଷେତକୁ ସୁରକ୍ଷିତ ରଖିବା ପାଇଁ ସେ ପ୍ରସ୍ତାବ ରଖିଛନ୍ତି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories