www.samajalive.in
Saturday, December 6, 2025
26.1 C
Bhubaneswar

ନାବାଳିକା ଅପହରଣ ମାମଲାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ

ଯାଜପୁର : ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ । ୩ ମାସ ତଳେ ହୋଇଥିବା ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ କରିବା ଏବଂ ନାବାଳିକାକୁ ଠାବ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଘେରାଉ କରିଛନ୍ତି ଗ୍ରାମବାସୀ । ମନ୍ଦାରୀ ଗାଁର ଜନୈକ ନାବାଳିକା ଛାତ୍ରୀକୁ କଟକର ଏକ ଘରୋଇ କଲେଜକୁ ଯିବା ବାଟରେ ଅପହରଣ କରିନିଆଯାଇଥିଲା । ଏ ନେଇ ୩ ମାସ ତଳୁ ବରୀ ରାମଚନ୍ଦ୍ରପୁର ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ ପୋଲିସ ଅଦ୍ୟାବଧି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଗ୍ରାମାବାସୀ ମାନେ ଥାନା ଘେରାଉ କରିଥିଲେ । ଏପରିକି ଏହି ଅପହରଣ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଧରି ଗ୍ରାମବାସୀ ଥାନାରେ ଜିମା ଦେବା ପରେ ମଧ୍ୟ ପୋଲିସ ଛାଡି ଦେଉଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଆମରଣ ଅନଶନ କରିବାକୁ ଚେତାବନି ଦେଇଛନ୍ତି ପରିବାର ଓ ସଂପର୍କିୟ ଲୋକେ ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories