www.samajalive.in
Wednesday, December 10, 2025
17.1 C
Bhubaneswar

ସିଏଏକୁ ସମର୍ଥନ କରି ଯାଜପୁର ନଗର ବଜରଙ୍ଗ ଦଳର ମଟର ସାଇକେଲ ଶୋଭାଯାତ୍ରା

ଯାଜପୁର : ସିଏଏକୁ ସମର୍ଥନ କରି ଯାଜପୁର ନଗର ବଜରଙ୍ଗ ଦଳ ପକ୍ଷରୁ ଶନିବାର ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସଂସଦ ଦ୍ୱାରା ଗତ ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ଆଇନକୁ ଅନୁମୋଦନ ମିଳିଥିଲା। ତେବେ ଏହି ଆଇନ ସମ୍ପର୍କରେ ଜନ ଜାଗରଣ ଉଦେଶ୍ୟରେ ଏହି ବାଇକ ଶୋଭାଯାତ୍ରା କରାଯାଇଥିଲା। ବଜରରଙ୍ଗ ଦଳ ପକ୍ଷରୁ ଶତାଧିକ ସଦସ୍ୟ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ଆଇନ ନାଗରିକତ୍ୱ ବିରୋଧରେ ନୁହେଁ ନାଗରିକତ୍ୱକୁ ସମର୍ଥନ କରୁଥିବା ସଦସ୍ୟମାନେ ସ୍ଲୋଗାନ ଜରିଆରେ ଲୋକମାନଙ୍କୁ ଅବଗତ କରାଇଥିଲେ। ଏହି ଶୋଭାଯାତ୍ରା ମା ବିରଜାଙ୍କ ମନ୍ଦିରଠାରୁ ଆରମ୍ଭ ହୋଇ ବଜରଙ୍ଗ ଦଳ ଜିଲା କାର୍ୟ୍ୟାଳୟ ଠାରେ ଶେଷ ହୋଇଥିଲା। ସିଏଏ ସମ୍ପର୍କରେ ସାଧାରଣ ଜନତାଙ୍କୁ ଜଣେଇବା ସହ ଏକ ନିର୍ଦିଷ୍ଟ ଦଳ ଏବଂ କିଛି ଖଳ ପ୍ରକୃତିର ବ୍ୟକ୍ତି ସାଧାରଣ ଜନତାଙ୍କୁ ପଥ ଭ୍ରଷ୍ଟ କରିବା ସହ ଆଇନ ସମ୍ପର୍କରେ କୌଣସି ଧାରଣା ନରଖି ଏହାର ଅପପ୍ରଚାର ଉଦେଶ୍ୟରେ ସାଧାରଣରେ ବିଭିନ୍ନ କୁ ମନ୍ତବ୍ୟ ଦେଉଛନ୍ତି ।ତେଣୁ ବିଶ୍ବହିନ୍ଦୁ ପରିଷଦ, ବଜାରଙ୍ଗୀ ଦଳ ଯାଜପୁର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories