ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଫେରାର

ଯାଜପୁର: କୁଆଖିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଫେରାର ହୋଇଯାଇଥିବା ସୂଚନା ମିଳିଛି। ବାପା, ମା’ ସହ ୩ ଭାଇଭଉଣୀଙ୍କୁ ନିଶା ଦେଇ ନାବାଳିକା ଜଣକ ଫେରାର ହୋଇଯାଇଛନ୍ତି। ଘରୁ ସୁନା ଓ ଅଳଙ୍କାର ନେଇ ଜଣେ ଯୁବକଙ୍କ ସହ ଫେରାର ହୋଇଥିବା ଜଣାପଡ଼ିଛି। ବାପାମା’ ସମେତ ଅସୁସ୍ଥ ୫ଜଣ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
Comments are closed.