www.samajalive.in
Friday, December 5, 2025
23.1 C
Bhubaneswar

ମସ୍କୋରେ ପୁଟିନଙ୍କୁ ଭେଟିଲେ ଜୟଶଙ୍କର

ମସ୍କୋ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ମସ୍କୋରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ପୁଟିନଙ୍କୁ ସାକ୍ଷାତ କାଳରେ ଜୟଶଙ୍କର ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ରୁଷ୍ ଉପପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭ ଓ ଅର୍ଥମନ୍ତ୍ରୀ ସେର୍ଗେ ଲାଭରୋଭଙ୍କ ସହ ହୋଇଥିବା କଥାବାର୍ତ୍ତା ବାବଦରେ ପୁଟିନଙ୍କୁ ଜୟଶଙ୍କର ଅବଗତ କରାଇଥିଲେ। ଭାରତରୁ ଆମଦାନୀ ଦ୍ରବ୍ୟ ଉପରେ ଆମେରିକା ୫୦% ଶୁଳ୍କ ଲାଗୁ କରିଥିବାବେଳେ ଆଜି ପୁଟିନ ଓ ଜୟଶଙ୍କର ସାକ୍ଷାତ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି।

ଲାଭରୋଭଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବା ପରେ ଜୟଶଙ୍କର କହିଥିଲେ ଯେ ଆମେ ରୁଷ୍ ଠାରୁ ସର୍ବାଧିକ ତୈଳ କିଣୁ ନାହଁୁ। ରୁଷ ଠାରୁ ସର୍ବାଧିକ ତୈଳ କ୍ରେତା ହେଉଛି ଚୀନ। ସେହିପରି ରୁଷଠାରୁ ସର୍ବାଧିକ ଏଲଏନଜି କ୍ରୟକାରୀ ରାଷ୍ଟ୍ର ଭାରତ ନୁହେଁ, ୟୁରୋପୀୟ ୟୁନିୟନ। ୨୦୨୨ ପରଠାରୁ ରୁଷ୍ ସହିତ ସର୍ବାଧିକ ବାଣିଜ୍ୟ କାରବାର ଭାରତର ହୋଇ ନାହିଁ। ଭାରତ ଏହାର ତୈଳ ଆବଶ୍ୟତା ପାଇଁ କେବଳ ରୁଷ୍ ନୁହେଁ ଆମେରିକାଠାରୁ ମଧ୍ୟ କ୍ରୟ କରୁଛି। ଆମେରିକାଠାରୁ ଭାରତର ତୈଳ ଆମଦାନୀ ମଧ୍ୟ ବୃଦ୍ଧି ପାଇଛି। ତେଣୁ ରୁଷ୍ ଠାରୁ ତୈଳ କ୍ରୟକୁ ଆଳ କରି ଆମେରିକା ଆମ ଉପରେ ଯେଉଁ ଅତିରିକ୍ତ ଟିକସ ଲାଗୁ କରିଛି ତାହା ଅଯୌକ୍ତିକ ବୋଲି ଜୟଶଙ୍କର କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories