www.samajalive.in
Friday, December 5, 2025
27.1 C
Bhubaneswar

ସଂସଦର ମୌସୁମି ଅଧିବେଶନ ଶେଷ: ଲୋକସଭା ୩୭ଘଣ୍ଟା, ରାଜ୍ୟସଭା ୪୧ ଘଣ୍ଟା କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ: ସଂସଦର ମୌସୁମି ଅଧିବେଶନ ଗୁରୁବାର ଶେଷ ହୋଇଛି। ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁଲାଇ ୨୧ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ପ୍ରାୟତଃ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଶେଷ ହୋଇଛି। ବିହାରରେ ହୋଇଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ (ଏସଆଇଆର) ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଉଭୟ ଗୃହକୁ ଅଚଳ ରଖିଥିଲେ। ଏହା ସହିତ ଭୋଟ ଚୋରି, ଅପରେସନ ସିନ୍ଦୂର ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏପରି ଅଚଳାବସ୍ଥା ଯୋଗୁଁ ଲୋକସଭା ମାତ୍ର ୩୭ ଘଣ୍ଟା ଓ ରାଜ୍ୟସଭା ମାତ୍ର ୪୧ ଘଣ୍ଟା କାର୍ଯ୍ୟ କରିଥିଲା। ୩୨ ଦିନର ଏହି ଅଧିବେଶନରେ ୨୧ଟି କାର୍ଯ୍ୟଦିବସ ରହିଥିଲା। ଏହି ୨୧ ଦିନ ମଧ୍ୟରେ ଉଭୟ ଗୃହ ୧୨୦ ଘଣ୍ଟା ଲେଖାଏଁ ଚାଲିବାକୁ ଧାର୍ଯ୍ୟ ହୋଇଥିଲା।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କହିଛନ୍ତି ମୌସୁମି ଅଧିବେଶନରେ ଗୃହ ମାତ୍ର ୩୮.୮୮ ପ୍ରତିଶତ ସମୟ କାର୍ଯ୍ୟ କରିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ରାଜ୍ୟସଭାରେ ୧୪ଟି ବିଧେୟକ ଗୃହୀତ ହୋଇଛି। ସଦସ୍ୟମାନେ ୨୮୫ଟି ପ୍ରଶ୍ନ ପଚାରିବାକୁ ଲାଗି ଥିବାବେଳେ ମାତ୍ର ୧୪ଟି ପ୍ରଶ୍ନ ପଚରାଯାଇଛି। ସେହିପରି ଲୋକସଭାରେ ୧୨ଟି ବିଧେୟକ ଗୃହୀତ ହୋଇଛି। ସଂସଦରେ ଗୃହୀତ ହୋଇଥିବା ବିଧେୟକ ମଧ୍ୟରେ ରହିଛି ନୂତନ ଆୟକର ବିଧେୟକ, ଭାରତୀୟ ବନ୍ଦର ବିଧେୟକ, ଜାତୀୟ କ୍ରୀଡା ପରିଚାଳନା ବିଧେୟକ, ଅନଲାଇନ ଗେମିଂ ବିଧେୟକ। ଏହା ସହିତ ଅପରାଧ ମାମଲାରେ ଗିରଫ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ବହିଷ୍କାର କରାଯିବା ସମ୍ପର୍କିତ ବିଧେୟକ ଲୋକସଭାରେ ଆଗତ କରାଯାଇ ଜେପିସିକୁ ପଠାଯାଇଛି। ଏହି ଅଧିବେଶନ ସମୟର ସବୁଠାରୁ ଚର୍ଚ୍ଚିତ ବିଷୟ ହେଉଛି ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନକଡଙ୍କ ଅଚାନକ ଇସ୍ତଫା। ଅଧିବେଶନର ପ୍ରଥମ ଦିନରେ ଧନକଡ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିଲେ। ମାତ୍ର ସନ୍ଧ୍ୟାରେ ସେ ହଠାତ୍ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇବା ପୂର୍ବକ ଇସ୍ତଫା ଦେଇଥିଲେ। ତାଙ୍କର ଇସ୍ତଫାକୁ ନେଇ ଅନେକ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ସେହିପରି ବିରୋଧୀଙ୍କ ଦାବି ଆଧାରରେ ପାକିସ୍ତାନ ବିରୋଧରେ ଭାରତ ସେନା କରିଥିବା ଅଭିଯାନ ଅପରେସନ ସିନ୍ଦୂର ଉପରେ ଉଭୟ ଗୃହରେ ବିତର୍କ ହୋଇଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories