www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶା ଫେରିବେ ଜଗା-କାଳିଆ

ନୂଆଦିଲ୍ଲୀ : ଖୁବ୍‍ଶୀଘ୍ର ଓଡ଼ିଶା ଫେରିବେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଶିଶୁ ଜଗା କାଳିଆ। ଆଜି ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନର ଅର୍ବେ ସେଣ୍ଟରରେ ଚିକିତ୍ସା କରୁଥିବା ଡାକ୍ତରୀଦଳ ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟରେ ଅନୁଷ୍ଠିତ ଆଲୋଚନାରେ ଉଭୟ ଶିଶୁଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ନିଷ୍ପତି ହୋଇଛି। ତେବେ ଏୟାର ଆମ୍ବୁଲାନସରେ ଅଥବା ରେଳ ଯୋଗେ ଉଭୟ ଶିଶଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯିବା ନେଇ କୌଣସି ନିର୍ଦ୍ଧିଷ୍ଟ ନିଷ୍ପତି ହୋଇ ପାରିନଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଏନଏଚଏମ ନିର୍ଦେଶିକା ଶାଲିନି ପଣ୍ଡିତ କହିଛନ୍ତି ଯେ ପରବର୍ତ୍ତୀ ପଦକ୍ଷେପ ପାଇଁ ଏମସ ଡାକ୍ତରୀଦଳର ପରାମର୍ଶକୁ ଅପେକ୍ଷା କରାଯାଇଛି। ତଦନୁଯାୟୀ ଉଭୟ ଶିଶୁଙ୍କୁ ଓଡ଼ିଶା ଫେରାଇ ଆଣିବା ବ୍ୟବସ୍ଥା କରାଯିବ। ତେବେ ଶିଶୁଙ୍କୁ ତାଙ୍କ ଫୁଲବାଣୀ ସ୍ଥିତ ଘରକୁ ନଛାଡ଼ି ଭୂବନେଶ୍ୱରରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏମସ ଡାକ୍ତରୀଦଳ ଓ ରାଜ୍ୟସରକାର ପ୍ରତିନିଧି ଦଳ ମଧ୍ୟରେ ଅନୁଷ୍ଠିତ ବୈଠକରେ ଭୂବନେଶ୍ୱର ଆପୋଲ ହସପିଟାଲ ଓ କଟକ ଶିଶୁଭବନର ବିଶେଷଜ୍ଞ ଉପସ୍ଥିତ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଭୂବନେଶ୍ୱର ସ୍ଥିତ ଆପୋଲ ହସପିଟାଲ ରାଜ୍ୟ ସରକାରଙ୍କ ପ୍ରଥମ ପସନ୍ଦରେ ରହିଛି। ଦିଲ୍ଳୀରୁ ଫେରିବା ପରେ ଭୂବନେଶ୍ୱର ସ୍ଥିତ ଆପୋଲା ହସପିଟାଲରେ ସାନ ଶିଶୁ କାଳିଆର ଚିକିତ୍ସା କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ସେହିପରି ବଡ଼ ଶିଶୁ ଜଗା ସଂପୂର୍ଣ୍ଣ ସୁସ୍ଥ ଅଛି ଓ ତାଙ୍କୁ ବହୁ ଦିନ ପୂର୍ବରୁ ଏମସରୁ ଡିସଚାର୍ଯ ମଧ୍ୟ କରିଦିଆଯାଇଛି। ସାନ ଶିଶୁ କାଳିଆର ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଭଲ ହୋଇନଥିବାରୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ବୈଠକରେ ଏମସ ଡାକ୍ତରୀଦଳର ମୁଖ୍ୟ ପ୍ରଫେସର ଦୀପକ ଗୁପ୍ତା ଦର୍ଶାଇଥିଲେ। ଓଡ଼ିଶାର କୌଣସି ହସପିଟାଲରେ ସାନ ଶିଶୁ କାଳିଆର ଚିକିତ୍ସା ସପକ୍ଷରେ ଏମସ ଡାକ୍ତରୀଦଳ ମତ ରଖିଥିବା ଜଣାପଡ଼ିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories