www.samajalive.in
Friday, December 5, 2025
26.1 C
Bhubaneswar

ହେମନ୍ତ ସୋରେନ ବ୍ୟକ୍ତିଗତ ସଚିବଙ୍କ ଘରେ ଆୟକର ଚଢ଼ାଉ

ସମାଜ ଡିଜିଟାଲ ଡେସ୍କ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ସଚିବ ସୁନୀଲ ଶ୍ରୀବାସ୍ତବଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁନୀଲ ହେମନ୍ତଙ୍କର ଅତ୍ୟନ୍ତ ଘନିଷ୍ଠ। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଆୟକର ବିଭାଗର ୯ଟି ଟିମ୍‌ ସୁନୀଲଙ୍କ ରାଞ୍ଚି ଓ ଜାମସେଦପୁରଠାରେ ଥିବା ବିଭିନ୍ନ ଠିକଣାରେ ଥିବା ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଆଗକୁ ନିର୍ବାଚନ ଥିବାବେଳେ ଏହି ଚଢ଼ାଉକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚଳିତ ନିର୍ବାଚନରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଜେଏମଏମ ଦଳ କଂଗ୍ରେସ, ଆରଜେଡି ଏବଂ ବାମ ଦଳକୁ ନେଇ ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ୁଛନ୍ତି। ସେପଟେ ବିଜେପି ନେତୃତ୍ଵାଧୀନ ଏନଡିଏ ମଧ୍ୟ କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ ଚଳାଇଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories