www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଓଏସଡିଙ୍କ ଘରେ ଆୟକର ଚଢ଼ାଉ, ବିପୁଳ ଟଙ୍କା ଜବତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ଓଏସଡି ପ୍ରବୀଣ କକ୍କରଙ୍କ ଘର ସମେତ ୫୦ଟି ସ୍ଥାନରେ ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି।  ଶନିବାର ରାତି ପ୍ରାୟ ୩ଟାରେ ଆୟକର ଅଧିକାରୀମାନେ ଏହି ଚଢ଼ାଉ କରିଥିଲେ। ଇନ୍ଦୋରର ବିଜୟ ନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନ​‌ରେ ଚଢ଼ାଉ କରାଯାଇଛି।

୫୦ଟି ସ୍ଥାନରେ ଚଢ଼ାଉ କରାଯାଇଥିବାବେଳେ ଏଥିରେ ୩୦୦ ଆୟକର ଅଧିକାରୀ ସାମିଲ ହୋଇଛନ୍ତି। ଗୋଆ, ଇନ୍ଦୋର ସମେତ ଦିଲ୍ଲୀର ୩୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି।

- Advertisement -

ତେବେ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଥିଲା। ନିର୍ବାଚନ ସମୟରେ କେନ୍ଦ୍ର ସରକାର ଆୟକର ବିଭାଗକୁ ଅସ୍ତ୍ର କରି ବିରୋଧୀମାନଙ୍କ ଘରେ ଚଢ଼ାଉ କରୁଛନ୍ତି ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିବା ସହ ଏହା ପ୍ରତିବାଦରେ ବିଜୟୱାଡାଠାରେ ଧାରଣା ଦେଇଥିଲେ। ଏହାବ୍ୟତୀତ ଅନ୍ୟାନ୍ୟ କେତେକ ସ୍ଥାନରେ କଂଗ୍ରେସ ନେତାଙ୍କ ଘରେ  ମଧ୍ୟ ଆୟକର ଚଢ଼ାଉ କରାଯାଇଥିବାରୁ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories