www.samajalive.in
Sunday, December 7, 2025
26.1 C
Bhubaneswar

‘ସାରେଗାମାପା’ : ବାଜି ମାରିନେଲେ ଇଶିତା ବିଶ୍ୱକର୍ମା

ମୁମ୍ବଇ: ଜି’ ଟିଭିରେ ପ୍ରସାରିତ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ସାରେଗାମାପା’ ର ବିଜେତା ହୋଇଛନ୍ତି ଜବଲପୁରର ଇଶିତା ବିଶ୍ୱକର୍ମା। ରବିବାର ଆୟୋଜିତ ହୋଇଥିବା ଶୋ’ ର ଗ୍ରାଣ୍ଡ୍ ଫିନାଲେରେ ୫ଜଣ ପ୍ରତିଯୋଗୀ ଅସଲମ୍ ମାଜୀଦ, ଐଶ୍ୱର୍ଯ୍ୟା ପଣ୍ଡିତ, ସାହିଲ୍ ସୋଲଙ୍କି, ସୋନୁ ଗିଲ୍, ତନ୍ମୟ ଚତୁର୍ବେଦୀଙ୍କୁ ପଛରେ ପକାଇ ଇଶିତା ଟ୍ରଫି ହାସଲ କରିଛନ୍ତି। ଏଥିସହିତ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଏକ ହୁଣ୍ଡାଇ କାର ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ଲକ୍ଷ୍ନୌର ତନ୍ମୟ ଚତୁର୍ବେଦୀ ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ଅମୃତସରର ସୋନୁ ଗିଲ୍ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି। ୧୬ ବର୍ଷିୟା ଇଶିତା ଶୋ’ରେ ସମସ୍ତଙ୍କ ଠାରୁ ବୟସରେ ସାନ ହୋଇ ମଧ୍ୟ ଦର୍ଶକଙ୍କ ଖୁବ୍ ଭଲ ପାଇବା ହାସଲ କରିଥିଲେ।

ଏହି ଶୋ’ ର ବିଚାରପତି ଆସନରେ ଶେଖର ରାଭଜିୟାନୀ, ରିଚା ଶର୍ମା ଓ ୱାଜିଦ୍ ଖାନ୍ ରହିଥିଲେ। ଏଥିସହିତ ଆଦିତ୍ୟ ନାରାୟଣ ଶୋ’ କୁ ହୋଷ୍ଟ କରୁଥିଲେ। ଗ୍ରାଣ୍ଡ ଫିନାଲେ ସମାରୋହରେ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ୍ ଅଫ୍ ଝାନ୍ସୀ’ ର ତାରକା କଙ୍ଗନା ରାଣାୱତ୍ ଓ ଅଙ୍କିତା ଲୋଖଣ୍ଡେ ଅତିଥି ଭାବେ ପହଞ୍ଚିଥିଲେ। କଣ୍ଠଶିଳ୍ପୀ ସୁନିଧୀ ଚୌହାନ୍ ଓ ଜାଭେଦ୍ ଅଲ୍ଲୀ ଟ୍ରଫି ସହ ଶୋ’ ରେ ଏଣ୍ଟ୍ରି କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories