ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ କଟକରେ କ୍ୟାମ୍ପ କରି ଜଗି ରହିଛନ୍ତି ପୁଲିସ ମହାନିର୍ଦେଶକ ୱାଇ. ବି ଖୁରାନିଆ। ସେଠାରେ ଓଡ଼ିଶାର ପୁଲିସର ସମସ୍ତ ବରିଷ୍ଠ ଅଧିକାରୀ ପହଞ୍ଚି ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି। ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅରୁଣ ବୋଥ୍ରା, ରାଜେଶ କୁମାର, ସଞ୍ଜୟ କୁମାର, ପ୍ରବୀଣ, ଯୁଗୋଳ କିଶୋରଙ୍କ ସମେତ ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ଆୟୁକ୍ତ ନରସିଂହ ଭୋଳ ଉପସ୍ଥିତ ଅଛନ୍ତି। ସୁରକ୍ଷାରେ ନିୟୋଜିତ ଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ କିଭଳି ଉତ୍ତେଜନା ପ୍ରତିହତ କରିବେ ସେ ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।



