ସମାଜ ଡିଜିଟାଲ: କଟକରେ ହିଂସାକାଣ୍ଡକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଭାଇଚାରାର ସହରରେ ଶାନ୍ତି ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏଥିସହ ଏହି ଘଟଣାରେ ଜଡ଼ିତ ଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି।




