www.samajalive.in
Monday, December 8, 2025
14.1 C
Bhubaneswar

ଆଇପିଏଲ କ୍ରିକେଟ : ଆଜି ଚେନ୍ନଇ-ମୁମ୍ବଇ ଓ ଦିଲ୍ଲୀ-ବାଙ୍ଗାଲୋର ମଧ୍ୟରେ ମୁକାବିଲା

ଚେନ୍ନଇ : ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଚେନ୍ନଇର ଚେପକ୍‌ ଷ୍ଟାଡ଼ିୟମରେ ଚେନ୍ନଇ ସୁପରକିଙ୍ଗ୍‌ସ- ମୁମ୍ବଇ ଇଣ୍ଡିଆନ୍‌ସକୁ ଭେଟିବାବେଳେ ଦିଲ୍ଲୀରେ ଦିଲ୍ଲୀ କ୍ୟାପିଟାଲ୍‌ସ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଚେନ୍ନଇ ୧୧ତମ ଓ ମୁମ୍ବଇ ୧୦ମ ମ୍ୟାଚ ଖେଳିବେ। ଚେନ୍ନଇ ୧୦ଟି ମ୍ୟାଚରୁ ୫ଟି ବିଜୟ , ଗୋଟିଏ ବାତିଲ ଓ ୪ଟି ପରାଜୟ ସହ ୧୧ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ଚେନ୍ନଇ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ସହ ବର୍ଷା ପାଇଁ ବାତିଲ ମ୍ୟାଚରୁ ୧ ପଏଣ୍ଟ ପାଇଥିଲା। ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍‌ସ ୯ଟି ମ୍ୟାଚରୁ ୫ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଦଳ ଶେଷ ଦୁଇ ମ୍ୟାଚ ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ୨୦୦ରୁ ଅଧିକ ରନ୍‌କୁ ପିଛାକରି ସହଜରେ ଜିିତିପାରିଛି। ବ୍ୟାଟିଂରେ ରୋହିତ ଶର୍ମା ବିଫଳ ହେଉଥିଲେ ମଧ୍ୟ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା ଦଳକୁ ଶକ୍ତ କରିଛି। ଅନ୍ୟମାନଙ୍କ ମଧ୍ୟରେ ତିଲକ ବର୍ମା ଓ ଟିମ୍‌ ଡେଭିଡ୍‌ ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ବୋଲିଂରେ କାମେରୁନ ଗ୍ରୀନ, ଜେଫ୍ରା ଆର୍ଚର, ପିୟୁଷ ଚାୱଲା, ଅର୍ଶଦ ଖାନ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ଚେନ୍ନଇକୁ ହରାଇ କ୍ରମାଗତ ତୃତୀୟ ବିଜୟ ନେଇ ଦଳ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ଚେନ୍ନଇ ଦଳ ଶେଷ ୩ଟି ମ୍ୟାଚରେ ବିଜୟ ନେଇ ସଂଘର୍ଷ କରୁଛି। ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ନିକଟରୁ ପରାଜିତ ହୋଇଥିବାବେଳେ ଲକ୍ଷ୍ନୌ ସହ ପଏଣ୍ଟ ଭାଗ କରିଥିଲେ ମଧ୍ୟ କୌଣସି ଗୁଣରେ କମ୍‌ ନାହିଁ। ବ୍ୟାଟିଂରେ ଡିଭନ କନ୍‌ୱେ ଓ ଋତୁରାଜ ଗାଏକ୍ବାର୍ଡ ଚମତ୍କାର ଫର୍ମରେ ରହିଥିବାବେଳେ ଶିଭମ ଦୁବେ, ଅଜିଙ୍କ୍ୟ ରାହାଣେ ଭଲ ବ୍ୟାଟିଂ କରୁଛନ୍ତି। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଡେଜା ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ବୋଲିଂରେ ଦୀପକ ଚହର ପ୍ରତ୍ୟାବର୍ତ୍ତନ କରିବା ଦଳର ଶକ୍ତି ବୃଦ୍ଧି ପାଇଛି। ତୁଷାର ଦେଶପାଣ୍ଡେ ମହଙ୍ଗା ସାବ୍ୟସ୍ତ ହେଉଥିଲେ ମଧ୍ୟ ୱିକେଟ ନେଉଛନ୍ତି। ମଧ୍ୟକ୍ରମରେ ଜାଡେଜା ରନ ରୋକିବା ସହିତ ୱିକେଟ ନେଉଛନ୍ତି। ପ୍ରଥମ ରାଉଣ୍ଡ ମ୍ୟାଚରେ ଚେନ୍ନଇ ୭ ୱିକେଟରେ ବିଜୟୀ ହୋଇଥିବାରୁ ମୁମ୍ବଇ ପ୍ରତିଶୋଧ ନେବାକୁ ଉଦ୍ୟମ କରିବ।
ସେହିପରି ବାଙ୍ଗାଲୋର ବିପକ୍ଷରେ ଦିଲ୍ଲୀ ପାଇଁ କର ବା ମର ସଦୃଶ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍‌ସ ୯ଟି ମ୍ୟାଚରୁ ୩ଟି ବିଜୟ ଓ ୬ଟି ପରାଜୟ ବରଣ କରିଛି। ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେ​‌େ​‌ଲ ଦଳକୁ ଏ​‌େ​‌ବ ସବୁ ମ୍ୟାଚରେ ଜିତିବାକୁ ପଡିବ। ଏହି ଦୃଷ୍ଟିରୁ ବାଙ୍ଗାଲୋର ବିପକ୍ଷ ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଛି। ଶେଷ ମ୍ୟାଚରେ ଦଳ ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ କମ୍‌ ସ୍କୋର କରି ମଧ୍ୟ ବିଜୟୀ ହେବା ଦଳର ମନୋବଳକୁ ଉଚ୍ଚ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories