ନୂଆଦିଲ୍ଲୀ : ପେସାଦାର ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଭାରତରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ତାରିଖ ଔପଚାରିକ ଭାବେ ଘୋଷଣା କରା ଯାଇନଥିବା ବେଳେ ବିସିସିଆଇ ମଧ୍ୟସ୍ଥ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ ୨୦୨୧ ବର୍ଷର ଆଇପିଏଲ୍ ଏପ୍ରିଲ ୧୧ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୫ କିମ୍ବା ୬ରେ ଉଦ୍ଯାପନ ହେବ। ଏପ୍ରିଲ ୧୧ରୁ ଆଇପିଏଲ୍-୧୪ ଆରମ୍ଭ ହେଲେ ଭାରତୀୟ ଖେଳାଳି ଆଇପିଏଲ୍ ପୂର୍ବରୁ କିଛିଦିନ ବିଶ୍ରାମ ପାଇବେ। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ମାର୍ଚ୍ଚ ୨୮ରେ ସମାପ୍ତ ହେବ। ଏହାସହ ବିସିସିଆଇ କହିଛି ଯେ ୨୦୨୧ ଆଇପିଏଲ୍ ସଂସ୍କରଣ ୟୁଏଇରେ ଆୟୋଜନ କରିବାକୁ କୌଣସି ଯୋଜନା ନାହିଁ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଶନିବାର କହିଥିଲେ।
Popular Categories



