www.samajalive.in
Thursday, December 11, 2025
14.1 C
Bhubaneswar

ଆଇପିଏଲ-୨୦୧୯ : କୋଲକାତା-ହାଇଦ୍ରାବାଦ ଏବଂ ମୁମ୍ବାଇ-ଦିଲ୍ଲୀ ମଧ୍ୟରେ ମୁକାବିଲା

କଲକାତା/ମୁମ୍ବଇ : ଆଇପିଏଲ ୨୦୧୯ରେ ରବିବାର ଦୁଇଟି ମ୍ୟାଚ ଅନୁଷ୍ଠିତ ହେଉଛି। ଅପରାହ୍ନ ୪ଟାରେ କଲକାତାରେ କୋଲକାତା ନାଇଟ ରାଇଡର୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।

- Advertisement -

ଅନ୍ୟପକ୍ଷରେ ରାତି ୮ଟାରେ ମୁମ୍ବଇଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ୩ ମ୍ୟାଚ ଅନୁଷ୍ଠିତ ହେବ।

ତେବେ ଶନିବାର ଅନୁଷ୍ଡଠିତ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୭ ଉଇକେଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ପରାସ୍ତ କରିଛି। ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୭.୧ ଓଭରରେ ସମସ୍ତ ଉଇକେଟ ହରାଇ ୭୦ ରନ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ୩ ଉଇକେଟ ହରାଇ ୧୭.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଚେନ୍ନାଇ ପକ୍ଷରୁ ରାୟୁଡୁ ସର୍ବାଧିକ ୨୮ ରନ୍‌ କରିଥିଲେ।

ବୋଲରମାନଙ୍କୁ ସୁହାଉଥିବା ଏହି ପିଚ୍‌ରେ ବାଙ୍ଗାଲୋର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।  ବିରାଟ କୋହଲି ମାତ୍ର ୬ ରନ କରିବାରେ ସକ୍ଷମ ହୋଇଥିଲେ। ପାର୍ଥିବ ପଟେଲ(୩୫ ରନ)ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଚେନ୍ନାଇ ପକ୍ଷରୁ ହରଭଜନ ସିଂହ ଏବଂ ତାହିର ୩ଟି ଲେଖାଏ ଉଇକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ୨ଟି ଉଇକେଟ ନେବାରେ ସଫଳ ହୋଇଥିଲେ।

୭୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଚେନ୍ନାଇ ମଧ୍ୟ ପ୍ରଥମରୁ ଉଇକେଟ ହରାଇଥିଲା। ଦଳର ସ୍କୋର ୮ ରନ ହୋଇଥିବାବେଳେ ୩ୟ ଓଭରର ପ୍ରଥମ ବଲରେ ସେନ୍‌ ୱାଟସନ ବିନା କୌଣସି ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ରାୟୁଡୁ ଏବଂ ସୁରେଶ ରାଇନା ସ୍ଥିତି ସମ୍ଭାଳିଥିଲେ। ଦଳର ସ୍କୋର ୪୦ ରନ ହୋଇଥିବାବେଳେ ରାଇନା ଏବଂ ପରେ ୫୯ ରନରେ ରାୟୁଡୁ ଆଉଟ ହୋଇଥିଲେ। ହରଭଜନ ସିଂହ ମ୍ୟାନ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories