www.samajalive.in
Wednesday, December 10, 2025
26.1 C
Bhubaneswar

ଆଜି ବିଶ୍ୱ ଯକ୍ଷ୍ମା ଦିବସ

ନୂଆଦିଲ୍ଲୀ: ଆଜି (ମାର୍ଚ୍ଚ ୨୪) ବିଶ୍ୱ ଯକ୍ଷ୍ମା ଦିବସ। ବିଶ୍ୱକୁ ଯକ୍ଷ୍ମା ସଂକ୍ରମଣରୁ ମୁକ୍ତ କରିବା ପାଇଁ ସମସ୍ତ ଦେଶ ଓ ବିଭିନ୍ନ ସଂଗଠନ କାର୍ଯ୍ୟ କରୁଛନ୍ତି। ଏ କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ କାର୍ଯ୍ୟ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ସ୍ୱତନ୍ତ୍ର ଯୋଜନା ଅଭାବରୁ ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂଗଠନ ଏ ସମ୍ପର୍କରେ ଉଦବେଗ ପ୍ରକାଶ କରିବା ସହ ଭାରତ ତୁରନ୍ତ ପଦକ୍ଷେପ ନେବାକୁ ଆଗ୍ରହ ପ୍ରକାଶ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିଛି, ଗ୍ଲୋବାଲ ଟ୍ୟୁବରକୁଲୋସୀସ ରିପୋର୍ଟ ୨୦୧୮ ଅନୁଯାୟୀ ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ଯକ୍ଷ୍ମା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ।

ଭାରତରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରୁଛନ୍ତି ଓ ୨୦୩୦ର ପାଞ୍ଚ ବର୍ଷ ପୂର୍ବରୁ ୨୦୨୫ ସୁଦ୍ଧା ଯକ୍ଷ୍ମା ମୁଳୋତ୍ପାଟନ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏକ ଟ୍ୱଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯକ୍ଷ୍ମା ମୁକ୍ତ ଭାରତ ଓ ଆୟୁଷ୍ମାନ ଭାରତ ଯୋଜନାରେ ଯକ୍ଷ୍ମା ରୋଗୀଙ୍କୁ ସବୁ ପ୍ରକାର ସ୍ୱାସ୍ଥ୍ୟଗତ ସହାୟତା ଯୋଗାଇ ଦିଆଯାଉଛି।

- Advertisement -

ଏକ ହିସାବ ଅନୁଯାୟୀ, ୨୦୧୭ରେ ସାରା ବିଶ୍ୱରେ ଯକ୍ଷ୍ମା ସଂକ୍ରମଣରେ ୧୬ ଲକ୍ଷ ୭୪ ହଜାର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ଭାରତରେ ୪ ଲକ୍ଷ ୨୩ ହଜାର ମୃତ୍ୟୁବରଣ କରିଛନ୍ତି। ଅନ୍ୟ ପକ୍ଷରେ ୨୦୧୮ରେ ବିଶ୍ୱରେ ଏକ କୋଟି ଲୋକ ଯକ୍ଷ୍ମାରେ ସଂକ୍ରମଣ ହୋଇଥିଲା ବେଳେ ଭାରତରେ ଏହାର ୨୭ ପ୍ରତିଶତ ଅର୍ଥାତ ୨୭ ଲକ୍ଷ ୯ ହଜାର ଲୋକ ଏହି ରୋଗରେ ପୀଡିତ ହୋଇଛନ୍ତି। ସେହିପରି ଏମଡିଆର ଯକ୍ଷ୍ମାରେ ଭାରତରେ ୧ଲକ୍ଷ ୪୭ହଜାରଟି ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories