www.samajalive.in
Friday, December 5, 2025
27.1 C
Bhubaneswar

ଆଇପିଏଲ୍‌-୨୦୨୬ର ମିନି ନିଲାମ ଆବୁଧାବିରେ

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ବର୍ଷ ପାଇଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଖେଳାଳି ନିଲାମ ବିଦେଶରେ ଅନୁଷ୍ଠିତ ହେବ। ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଆଇପିଏଲ୍‌ର ୨୦୨୬ ସଂସ୍କରଣ ଲାଗି ମିନି ନିଲାମ ୟୁଏଇର ଆବୁଧାବିରେ ଅନୁଷ୍ଠିତ ହେବ। ଡିସେମ୍ବର ତୃତୀୟ ସପ୍ତାହରେ ଏହି ନିଲାମ ଆୟୋଜନ ହେବ ବୋଲି ଜାଣିବାକୁ ମିଳିଛି। ବିସିସିଆଇ ମଧ୍ୟସ୍ଥ ଏହି ସୂତ୍ରରୁ ପ୍ରକାଶ ଯେ
ଆଇପିଏଲ୍‌-୨୦୨୬ ଖେଳାଳି ନିଲାମ ପାଇଁ ଡିସେମ୍ବର ୧୫-୧୬ ତାରିଖ ବିସିସିଆଇ ଧାର୍ଯ୍ୟ କରିଛି।

ଗତ ଦୁଇଟି ସଂସ୍କରଣର ଆଇପିଏଲ୍‌ ଖେଳାଳି ନିଲାମ ୟୁଏଇର ଜେଦା ଓ ଦୁବାଇ ସହରରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷର ଆଇପିଏଲ୍‌ ନିଲାମ ଭାରତରେ କରିବାକୁ ବିଚାର କରା ଯାଉଥିଲା। ହେଲେ ୟୁଏଇରେ ଏହାର ଆୟୋଜନ ପରମ୍ପରା ବଜାୟ ରଖିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।
ନଭେମ୍ବର ୧୦ ସୁଦ୍ଧା ୧୦ଟିଯାକ ଆଇପିଏଲ୍‌ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ଦଳ​‌େ​‌ର ରଖିବେ; ତା’ର ତାଲିକା ବିସିସିଆଇକୁ ପ୍ରଦାନ କରିବେ।

- Advertisement -

ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟରେ ଖେଳାଳି ଅଦଳ ବଦଳ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମ୍‌ସନ୍ ସିଏସ୍‌କେକୁ ଯିବେ। ତାଙ୍କ ବଦଳରେ ସିଏସ୍‌କେ ତା’ର ଦୁଇ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ସାମ୍‌ କରନ୍‌ଙ୍କୁ ରାଜସ୍ଥାନକୁ ଦେବ। ତେବେ ଏହାର ଚୂଡ଼ାନ୍ତ ଘୋଷଣା ହୋଇନାହିଁ। ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟ ସିଏସ୍‌କେ ସହ ଖେଳାଳି ଅଦଳ ବଦଳ କରିବାକୁ ଆଲୋଚନା ଚଳାଇଛି। ଏଣେ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ନିଲାମ ନଭେମ୍ବର ୨୭​‌େ​‌ର ଦିଲ୍ଲୀରେ ଅନୁଷ୍ଠିତ ହେବ।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories