www.samajalive.in
Saturday, December 13, 2025
21.1 C
Bhubaneswar

୫ ବୋଲରଙ୍କ ଉପରେ ସମସ୍ତଙ୍କ ନଜର

ଦୁବାଇ : ବିସିସିଆଇ ଆନୁକୂଲ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ୧୯ରୁ ଆରମ୍ଭ ହେବାକୁ ଯାଉଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲ୍‌ର ଚଳିତ ସଂସ୍କରଣ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ ହେଉଛି।
ଆଇପିଏଲ୍‌ରେ ଭାରତ ସହ ଅନେକ ବିଦେଶୀ ବୋଲର ଭାଗ ନେବେ। ତେବେ ନିମ୍ନଲିଖିତ ୫ଜଣ ବୋଲରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏମାନଙ୍କ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଗଲା।
୧.ଯଶପ୍ରୀତ୍‌ ବୁମରା : ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କୁ ବର୍ତ୍ତମାନ ସମୟର ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ପରିଗଣିତ କରାଯାଉଛି। ବୁମରା ହେଉଛି ମୁମ୍ବଇ ଇଣ୍ଡିଆନ୍‌ସ ଦଳର ପ୍ରମୁଖ ବୋଲର। ବରିଷ୍ଠ ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ମୁମ୍ବଇ ଇଣ୍ଡିଆନ୍‌ସ ତରଫରୁ ଚଳିତ ସଂସ୍କରଣରେ ଖେଳୁନଥିବାରୁ ବୁମରାଙ୍କ ଉପରେ ଚାପ ଅଧିକ ରହିବ। ଆଇପିଏଲ୍‌ର ଗତ ସଂସ୍କରଣରେ ବୁମରା ମୁମ୍ବଇ ତରଫରୁ ୧୯ଟି ୱିକେଟ୍ ନେଇଥିବା ବେଳେ ଚଳିତ ସଂସ୍କରଣରେ ଏଥିରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ।
୨.ପ୍ୟାଟ୍‌ କମିନ୍‌ସ : ପ୍ୟାଟ୍‌ କମିନ୍‌ସଙ୍କୁ ୧୫.୫ କୋଟି ଟଙ୍କାରେ କିଣିଛି କଲକାତା ନାଇଟ୍‌ ରାଇଡର୍ସ ଦଳ। କଲକାତା ଦଳ ତାଙ୍କୁ ଏତେ ପରିମାଣ ଅର୍ଥରେ କିଣିଥିବାରୁ ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିବା ନେଇ ତାଙ୍କ ଉପରେ ଚାପ ରହିବ। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସ ଗତ କିଛିବର୍ଷ ହେବ ବେଶ୍‌ ଭଲ ଫର୍ମରେ ଅଛନ୍ତି ଏବଂ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। କମିନ୍‌ସଙ୍କ ନିକଟରେ ଦ୍ରୁତ ଗତି ଓ ସଠିକ୍‌ ଲାଇନ୍‌ ଲେନ୍‌ଥରେ ବୋଲିଂ କରିବାର ଦକ୍ଷତା ଥିବାରୁ ଚଳିତ ସଂସ୍କରଣରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।
୩.ରସିଦ୍‌ ଖାନ୍‌ : ସ୍ପିନର ରସିଦ୍ ଖାନ୍‌ ହେଉଛନ୍ତି ସନ୍‌ରାଇଜର୍ସ ହାଇଦରାବାଦ୍ ଦଳର ଅନ୍ୟତମ ପ୍ରମୁଖ ବୋଲର୍‌। ଆଫଗାନିସ୍ତାନର ଏହି ଲେଗ୍‌ସ୍ପିନର ଅନେକ ଥର ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଯେକୌଣସି ସମୟରେ ବୋଲିଂ କରି ୱିକେଟ୍‌ ହାସଲ କରିବାର ଦକ୍ଷତା ତାଙ୍କ ନିକଟରେ ରହିଛି। ଗତ ସଂସ୍କରଣରେ ସେ ୧୫ଟି ମ୍ୟାଚ୍‌ରୁ ୧୭ଟି ୱିକେଟ୍‌ ହାସଲ କରିଥିଲେ। ଚଳିତ ସଂସ୍କରଣରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।
୪. କାଗିସୋ ରାବାଡ଼ା : ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ଦ୍ରୁତ ବୋଲର କାଗିସୋ ରାବାଡ଼ା ଯେକୌଣସି ପ୍ରତିପକ୍ଷ ଦଳ ନିମନ୍ତେ ବିପଦ। ଜଣେ ଚତୁର ବୋଲର ଭା​‌େ​‌ବ ରାବାଡ଼ା ଜଣାଶୁଣା। ଦ୍ରୁତ ଗତି ସହ ପରିସ୍ଥିତି ଅନୁଯାୟୀ ବୋଲିଂ କରିବାରେ ସିଦ୍ଧହସ୍ତ ରାବାଡ଼ା ଗତ ସଂସ୍କରଣରେ ୨୫ଟି ୱିକେଟ୍‌ ହାସଲ କରିଥିବା ବେଳେ ଚଳିତ ସଂସ୍କରଣରେରୁ ଦଳ ସମାନ ପ୍ରକାର ପ୍ରଦର୍ଶନର ଆଶା ରଖିଛି।
୫.ଦୀପକ ଚହର୍‌ : ଚେନ୍ନଇ ସୁପର କିଙ୍ଗ୍‌ସର ବୋଲର ଦୀପକ ଚହର୍‌ ଗତ ସଂସ୍କରଣରେ ୨୨ଟି ୱିକେଟ୍ ହାସଲ କରିଥିଲେ। ଚହର୍‌ ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିବେ ବୋଲି ଚେନ୍ନଇ ଦଳର ମ୍ୟାନେଜମେଣ୍ଟ ଆଶା ରଖିଛି। ଚହର୍‌ ଭଲ ପ୍ରଦର୍ଶନ କଲେ ଚେନ୍ନଇ ଦଳର ବିଜୟ ସମ୍ଭାବନା ଅଧିକ ରହିବ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories