www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ଦ ହେଲା ଆଇପିଏଲ

ନୂଆଦିଲ୍ଲୀ : ବନ୍ଦ ହେଲା ୨୦୨୫ ଆଇପିଏଲ୍‌ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌କୁ ବନ୍ଦ ରଖାଯାଇଛି । ଭାରତ-ପାକ୍‌ ମଧ୍ୟରେ ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ବାକି ଥିବା ମ୍ୟାଚ୍‌ ମଧ୍ୟରେ ଏହାକୁ ସ୍ଥଗିତ ରଖାଯାଇଛି । ମେ’ ୯ରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବୈଠକ ପରେ ଏହି ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଠାରୁ ଆଇପିଏଲର ମ୍ୟାଚ୍‌ ବନ୍ଦ ରହିବ । ପ୍ରଥମେ ବିଦେଶୀ କ୍ରିକେଟରମାନଙ୍କୁ ସେମାନଙ୍କ ଘରକୁ ପଠାଯିବ। ବିସିସିଆଇ ନୂଆ ତାରିଖ ଖୁବ୍‌ ଶୀଘ୍ର ଘୋଷଣା କରିବ ବୋଲି ସୂଚନା ମିଳିଛି।
ଆଇପିଏଲ ୨୦୨୫ରେ ୮ ମେ’ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳାଯାଇଛି। ଏଥିରେ ପଞ୍ଜାବ କିଙ୍ଗସ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାଚ୍‌ ମଧ୍ୟ ସାମିଲ ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା କାରଣରୁୁ ୮ ମେ’ ବୁଧବାର ଧର୍ମଶାଳାରେ ଆୟୋଜିତ ଏହି ମୁକାବିଲା ଅଧାରୁ ହିଁ ରଦ୍ଦ କରାଯାଇଥିଲା । ସେହିପରି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମ୍‌କୁ ଖାଲି କରାଯାଇଥିଲା । ଖେଳାଳୀଙ୍କୁ ଧର୍ମଶାଳାରୁ ଦିଲ୍ଲୀ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବହାର କରାଯାଇଥିଲା।

ଚଣ୍ଡିଗଡରେ ଏୟାର ଆଟାକ୍‌ର ଚେତାବନୀ, ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories