www.samajalive.in
Monday, December 8, 2025
27.1 C
Bhubaneswar

ବ୍ରିଟେନସ୍ଥିତ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପଛରେ ଲଣ୍ଡନ ମେୟର ସାଦିକ ଖାନ: ଆଇଓସି

ଲଣ୍ଡନ: ଗତ ସ୍ବାଧୀନତା ଦିବସ(ଅଗଷ୍ଟ ୧୫) ଅବସରରେ ବ୍ରିଟେନରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ ହୋଇଥିଲା। ଏକ ଗୋଷ୍ଠୀ ଦୂତାବାସ ଉପରକୁ ପଥର ମାଡ଼ କରିବା ସହିତ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଏହି ଆକ୍ରମଣ ପଛରେ ଲଣ୍ଡନର ମେୟର ସାଦିକ ଖାନଙ୍କ ହାତ ରହିଛି ଏବଂ ତାଙ୍କ ସମର୍ଥନରେ ସମ୍ପୃକ୍ତ ଗୋଷ୍ଠୀ ଏଭଳି କାର୍ଯ୍ୟ କରିବାକୁ ସାହସ କରିଥିଲେ ବୋଲି ବ୍ରିଟେନର ଇଣ୍ଡିଆନ ଓଭରସିଜ କଂଗ୍ରେସ(ଆଇଓସି) ମୁଖପାତ୍ର ସୁଧାକର ଗୌଡ଼ ଅଭିଯୋଗ କରିଛନ୍ତି।

ଦୁଇଦିନ ତଳେ ବ୍ରିଟେନ ଲେବର ପାର୍ଟି ନେତା ଜେରେମି କରବିନ୍‌ଙ୍କ ଅଧ୍ୟକ୍ଷତାରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କାଶ୍ମୀର ପ୍ରସଙ୍ଗକୁ ନେଇ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଆଇଓସି ଏହାକୁ ନିନ୍ଦା କରିବା ସହିତ ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ପ୍ରସଙ୍ଗରେ ବାହ୍ୟ ହସ୍ତକ୍ଷେପ ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇ ଏକ ବିବୃତି ଜାରି କରିଛନ୍ତି। ଆଇଓସିର ଏକ ପ୍ରତିନିଧି ଦଳ ଲେବର ପାର୍ଟି ମୁଖ୍ୟଙ୍କ ଆମନ୍ତ୍ରଣ କ୍ରମେ ଦଳର ନେତାମାନଙ୍କୁ ଭେଟିଥିଲେ। ଏହି ଅବସରରେ ଆଇଓସି ପ୍ରତିନିଧିମାନେ ବ୍ରିଟେନରେ ରହୁଥିବା ଭାରତୀୟମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ସେମାନେ ଅଗଷ୍ଟ ୧୫ ତାରିଖରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ଉଦାହରଣ ଦେଇଥିଲେ। ଆକ୍ରମଣ ପଛରେ ଲଣ୍ଡନ ମେୟର ସାଦିକ ଖାନଙ୍କ ହାତ ଥିବା ଅଭିଯୋଗ କରିଥିଲେ। ଏହା ସହିତ ପାକିସ୍ତାନ ଉପରେ ଚାପ ପକାଇ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ବନ୍ଦ କରିବାକୁ ଲେବର ପାର୍ଟି ନେତା କରବିନ୍‌ଙ୍କ ନିକଟରେ ଆଇଓସି ପ୍ରତିନିଧିମାନେ ଦାବି ଉପସ୍ଥାପନ କରିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories