ମାମଲାପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଶନିବାର ପୂର୍ବାହ୍ନରେ ଦ୍ବିପାକ୍ଷିକ ଆଲୋଚନା ହେବ। ଜିନପିଙ୍ଗଙ୍କ ୨ଦିନିଆ ଗସ୍ତ କାଳରେ ମୋଦୀଙ୍କ ସହିତ ଏହା ୨ୟ ଅନୌପଚାରିକ ବୈଠକ ହେବ। ବୈଠକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଆତଙ୍କବାଦ ଏବଂ ସୀମା ପ୍ରସଙ୍ଗ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ଆଲୋଚନା ପାଇଁ ଉଭୟ ନେତା ମାମଲାପୁରମରେ ପହଞ୍ଚିଛନ୍ତି। ମାମଲାପୁରମର ତାଜ କୋବ୍ ରିସର୍ଟରେ ଦୁଇନେତାଙ୍କ ମଧ୍ୟରେ ବୈଠକ ବସିବ। ଉଭୟ ନେତାଙ୍କ ପାଇଁ ମାମଲାପୁରମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ତାଜ୍ କୋବ୍ ରିସର୍ଟର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।
ମୋଦୀ-ଜିନପିଙ୍ଗ ଆଲୋଚନା; ସ୍ଥାନ ପାଇବ ବାଣିଜ୍ୟ, ଆତଙ୍କବାଦ ଓ ସୀମା ପ୍ରସଙ୍ଗ
Popular Categories



