www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ୟୁପିଆଇ ବିଷୟରେ ଅନୁଧ୍ୟାନ କରିବ ଆନ୍ତର୍ଜାତୀୟ ଡାକ ନେଟୱାର୍କ

ନୂଆଦିଲ୍ଲୀ : ବିଭିନ୍ନ ଦେଶ ମଧ୍ୟରେ ଆର୍ଥିକ ନେଣଦେଣ ପାଇଁ ଆନ୍ତର୍ଜାତୀୟ ଡାକ ନେଟୱାର୍କରେ ଭାରତୀୟ ୟୁପିଆଇ ବ୍ୟବହାର ବାବଦରେ ଅନୁଧ୍ୟାନ କରାଯିବ ବୋଲି ୟୁନିଭରସାଲ ପୋଷ୍ଟାଲ ନେଟୱାର୍କର ମହାନିର୍ଦେଶକ ମାସାହିକ ମେତୋକି ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ସଞ୍ଚାର ଭବନ ଠାରେ କେନ୍ଦ୍ର ସଞ୍ଚାର, ରେଳ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା ବେଳେ ସୂଚନା ଦେଇଛନ୍ତି । ଆନ୍ତର୍ଜାତୀୟ ଡାକ ନେଟୱାର୍କର ଆଞ୍ଚଳିକ କାର୍ଯ୍ୟାଳୟ ଉଦ୍‍ଘାଟନ ଲାଗି ଡିଜି ମେତୋକି ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।

 

- Advertisement -

ମନ୍ତ୍ରୀ ବୈଷ୍ଣବଙ୍କ ସହ ଆଲୋଚନା ବେଳେ ଭାରତରେ ଡାକଘର ଗୁଡ଼ିକରେ ଡିଜିଟାଲ ଭିତ୍ତିଭୂମି ବିକାଶ ନେଇ ଖୁସି ବ୍ୟକ୍ତ କରିଥିଲେ । ଦେଶରେ ଡାକଘର ଗୁଡ଼ିକର ଭତ୍ତିଭୂମି ରୂପାନ୍ତରଣ ଦ୍ୱାରା ଅପହଞ୍ଚ ଇଲାକାର ଘର ଦୁଆରରେ କିପରି ସରକାରୀ ସେବା ପହଞ୍ଚି ପାରୁଛି ଏବଂ ଭାରତୀୟ ଅର୍ଥ ବ୍ୟବସ୍ଥାରେ ୟୁପିଆଇ ପ୍ରଚଳନ ଦ୍ୱାରା କେବଳ ଡାକ ବ୍ୟବସ୍ଥା ନୁହେଁ ସମଗ୍ର ଦେଶର ଆର୍ଥିକ ବିକାଶ ତ୍ୱରାନ୍ୱିତ ହୋଇଛି ବୋଲି ଶ୍ରୀ ମେତୋକିଙ୍କୁ ମନ୍ତ୍ରୀ ବୈଷ୍ଣବ ଜଣାଇଥିଲେ ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories