ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ନିଯୁକ୍ତି ବିଜ୍ଞାପନ – କନିଷ୍ଠ ମତ୍ସ ସମ୍ପଦ ବୈଷୟିକ ସହାୟକ ପଦବୀ ପାଇଁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମତ୍ସ ସମ୍ପଦ ନିର୍ଦେଶାଳୟ ଅଧିନରେ କନିଷ୍ଠ ମତ୍ସ ସମ୍ପଦ ବୈଷୟିକ ସହାୟକ ବା ଜୁନିଅର ଫିସରିଜ୍‌ ଟେକନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ଅନଲାଇନ୍‌ ଆବେଦନ ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ୬୭ ଟି ପଦବୀ ପାଇଁ ଏହି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ।

ମାର୍ଚ୍ଚ ୨୨ ତାରିଖରେ ଏହାର ଅନ୍‌ଲାଇନ୍‌ ଆବେଦ ଆରମ୍ଭ ହୋଇଥିବା ବେଳେ ଏହା ୨୨ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।

୨୨ ଏପ୍ରିଲ୍‌ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନ ପାଇଁ ପରୀକ୍ଷା ଫି ମଧ୍ୟ ଦାଖଲ କରିପାରିବେ ।

ଅନ୍‌ଲାଇନ୍‌ରେ ଆବେଦନ ଏବଂ ପରୀକ୍ଷା ଫି ଦେବା ପରେ ୨୨ ମାର୍ଚ୍ଚରୁ ୩୦ ଏପ୍ରିଲ୍‌ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନକୁ ଦାଖଲ ବା ସବମିସନ୍‌ କରିପାରିବେ ।

ଓଡିଶା ଷ୍ଟାଫ୍‌ ସିଲେକ୍ସନର ଓ୍ୱେବସାଇଟ୍‌ www.ossc.gov.in ରେ ଏ ସମ୍ପର୍କରେ ଅଧିକ ବିବରଣୀ ପାଇପାରିବେ । ତେଳେ ଏହାର ବିଜ୍ଞାପନ ଦିଆଯାଇଛି ।

Comments are closed.