www.samajalive.in
Monday, December 8, 2025
14.1 C
Bhubaneswar

ଅଙ୍ଗରକ୍ଷକ ନେଇଥିଲେ ଇନ୍ଦିରାଙ୍କ ପ୍ରାଣ

୧୯୮୪ ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ସମୟ ଦେଶରେ ଦୁଃଖମୟ ପରିବେଶ ସୃଷ୍ଟି ହୋଇଥିଲା। ସେହିଦିନ ଅପରାହ୍ନ ସମୟରେ ଲୌହ ମହିଳା ତଥା ଦୃଢ ଇଚ୍ଛା ଶକ୍ତି ଓ ଦୃଢ ସଙ୍କଳ୍ପ ଥିବା ଇନ୍ଦିରାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଅଙ୍ଗରକ୍ଷକମାନଙ୍କ ଦ୍ବାରା ତାଙ୍କୁ ହତ୍ୟା କରାଯାଇଥିଲା।

କୁହାଯାଏ ଯେ, ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ଏକମାତ୍ର କାରଣ ଥିଲା ଯେ, ଖାଲିସ୍ତାନ ଓ ଅପରେସନ ବ୍ଲୁ ଷ୍ଟାର। ଅପରେସନ ବ୍ଲୁ ଷ୍ଟାର ହୋଇ ନଥିଲେ ତାଙ୍କୁ ହତ୍ୟା କରାଯାଇନଥାଏ। କିନ୍ତୁ ସେ ନିଜ ନିଷ୍ପତ୍ତିରୁ ନ ଓହରି ଦୃଢ ଚିତ୍ତରେ ରହୁଥିଲେ। ପଞ୍ଜାବରେ ଅପରେସନ ବ୍ଲୁ ଷ୍ଟାର ପାଇଁ ସେ ଆଦେଶ ଦେଇଥିଲେ। ୧୯୮୪ ମସିହା ଜୁନ ମାସରେ ଅପରେସନ ବ୍ଲୁ ଷ୍ଟାର କରାଯାଇଥିଲା। ଯାହାର ପରିଣାମ ସ୍ବରୂପ ଇନ୍ଦିରା ଗାନ୍ଧୀଙ୍କୁ ୧୯୮୪ ମସିହା ଅକ୍ଟୋବରରେ ନିଜ ଜୀବନ ହରାଇବାକୁ ପଡିଥିଲା।

- Advertisement -

ଅକ୍ଟୋବର ୩୧ତାରିଖରେ ପୂର୍ବ ଯୋଜନା ମୁତାବକ ତାଙ୍କୁ ନିଜ ଘର ସଫଦରଜଙ୍ଗ ଠାରେ ଜନତା ଦରବାରରେ ପଠାଯାଇଥିଲା। ସକାଳ ୯ଟା ସମୟରେ ଇନ୍ଦିରା ନିଜ ଘର ଠାରୁ କାର୍ଯ୍ୟାଳୟ ଯାଉଥିଲେ ​‌ସେହି ସମୟରେ ତାଙ୍କ ସୁରକ୍ଷା ନିମନ୍ତେ ଥିବା ଜଣେ ସୈନିକ ହଠାତ୍ ସରକାରୀ ବନ୍ଧୁକ ବାହାର କରିଥିଲା। ଏବଂ ଅତର୍କିତ ଆକ୍ରମଣ କରିଥିଲା। ତାଙ୍କୁ ୩୦ଟି ଗୁଳି ବାଜିଥିଲା। ଗୁଳି ବାଜିବା ପରେ ତାଙ୍କୁ ପ୍ରଥମେ ଦିଲ୍ଲୀ ସ୍ଥିତ ଏମସରେ ଭର୍ତ୍ତି କରାଗଲା। ତାଙ୍କର ରକ୍ତ ନମୁନା ଓ ନେଗେଟିଭ ଥିବାରୁ ସହଜରେ ମିଳିପାରିଲା ନାହିଁ। ଡାକ୍ତରମାନଙ୍କ ସଚେଷ୍ଟା ସତ୍ତ୍ବେ ଅପରାହ୍ନ ୨ଟା ୨୩ମିନିଟରେ ସେ ପ୍ରାଣ ତ୍ୟାଗ କରିଥିଲେ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories