www.samajalive.in
Monday, December 8, 2025
27.1 C
Bhubaneswar

ଇନ୍ଦିରାଙ୍କ ମୃତ୍ୟୁର ରହସ୍ୟ

୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଆମ ଦେଶ ପାଇଁ ଏକ ଦୁଃଖ ଦାୟକ ଓ ଅଶୁଭ ଦିନ ଥିଲା। କାରଣ ସେହି ଦିନ ଦେଶର ସବୁଠାରୁ ସୁଦୃଢ ଇଚ୍ଛାଶକ୍ତି ସମ୍ପନ୍ନ ଓ ଦୃଢ ସଙ୍କଳ୍ପ ବଦ୍ଧ ଲୌହ ମହିଳା ଇନ୍ଦିରା ଗାନ୍ଧୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଯାହାଫଳରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା।

ହତ୍ୟାର କାରଣ :

- Advertisement -

କୁହାଯାଏ ଯେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ଏକମାତ୍ର କାରଣ ଥିଲା ଖଲିସ୍ତାନ ଓ ଅପରେସନ ବ୍ଲ୍ୟୁ ଷ୍ଟାର। ନା ଅପରେସନ ବ୍ଲ୍ୟୁ ଷ୍ଟାର ହୋଇଥାଆନ୍ତା, ନା ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇ ଥାଆନ୍ତା। ହେଲେ ନିଜ ନିଷ୍ପତ୍ତିରୁ କେବେ ଓହରୁ ନଥିବା ଇନ୍ଦିରା ଗାନ୍ଧୀ ନିଜ ଜୀବନ ପ୍ରତି ଥିବା ବିପଦକୁ ଖାତିର ନକରି ପଞ୍ଜାବରେ ଅପରେସନ ବ୍ଲ୍ୟୁ ଷ୍ଟାର ଅଭିଯାନ ପାଇଁ ଅନୁମତି ଦେଇଥିଲେ। ଏହି ଅପରେସନର ଉଦ୍ଦେଶ୍ୟ ଥିଲା ଅମୃତସର ସ୍ଥିତ ହରିମନ୍ଦିର ସାହିବ ପରିସରକୁ ଖଲିସ୍ତାନ ସମର୍ଥକମାନଙ୍କ ଠାରୁ ମୁକ୍ତ କରାଇବା। ତା’ପରେ ବାରମ୍ବାର କହିବା ପରେ ମଧ୍ୟ ଇନ୍ଦିରା ନିଜ ଅଙ୍ଗରକ୍ଷକ ମାନଙ୍କ ମଧ୍ୟରୁ ଶିଖ୍‍ ମାନଙ୍କୁ ବାହାର କରିନଥିଲେ।

ଶେଷରେ ସେହି ଶିଖ୍‍ ଅଙ୍ଗରକ୍ଷକଙ୍କ ଦ୍ୱାରା ହିଁ ତାଙ୍କର ହତ୍ୟା ହୋଇଥିଲା। ଅପରେସନ ବ୍ଲ୍ୟୁ ଷ୍ଟାରର ମୂଲ୍ୟ ଶେଷରେ ଇନ୍ଦିରାଙ୍କୁ ଜୀବନ ଦେଇ ସୁଝିବାକୁ ପଡ଼ିଲା।

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories