www.samajalive.in
Saturday, December 6, 2025
26.1 C
Bhubaneswar

ଚୀନଠାରୁ ୨ଗୁଣ ଦ୍ରୁତ ହାରରେ ବଢ଼ୁଛି ଭାରତର ଜନସଂଖ୍ୟା: ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ଵର ସର୍ବାଧିକ ଜନସଂଖ୍ୟା ବହୁଳ ରାଷ୍ଟ୍ର ଚୀନଠାରୁ ବି ଭାରତର ଜନସଂଖ୍ୟା ଦୁଇଗୁଣ ଦ୍ରୁତ ହାରରେ ବଢ଼ିଚାଲିଛି ବୋଲି ଜାତିସଂଘ ଜନସଂଖ୍ୟା ପାଣ୍ଠି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟ ଅନୁସାରେ, ୨୦୧୦ରୁ ୨୦୧୯ ମଧ୍ୟରେ ଭାରତରେ ପ୍ରତିବର୍ଷ ୧.୨% ହାରରେ ଜନସଂଖ୍ୟା ବୃଦ୍ଧି ପାଇଛି, ଯାହା ବିଶ୍ଵର ଜନସଂଖ୍ୟା ବୃଦ୍ଧି ହାର(୧.୧%)ଠାରୁ ଅଧିକ। କିନ୍ତୁ ଭାରତର ଜନସଂଖ୍ୟା ବୃଦ୍ଧି ହାର ଚୀନର ଦୁଇଗୁଣା। ଚୀନରେ ପ୍ରତିବର୍ଷ ୦.୫% ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି।

- Advertisement -

୨୦୧୮ ମାର୍ଚ୍ଚ ସୁଦ୍ଧା ବିଶ୍ଵର ଜନସଂଖ୍ୟା ୭୬୩ କୋଟି ୩ ଲକ୍ଷ ଥିଲାବେଳେ ୨୦୧୯ ସୁଦ୍ଧା ତାହା ବୃଦ୍ଧି ପାଇ ୭୭୧ କୋଟି ୫ ଲକ୍ଷରେ ପହଞ୍ଚିଛି। ସ୍ବଳ୍ପ ବିକଶିତ ରାଷ୍ଟ୍ରଗୁଡ଼ିକରେ ଜନସଂଖ୍ୟା ଦ୍ରୁତଗତିରେ ବଢୁଥିବା ଦେଖାଯାଇଛି। ଆଫ୍ରିକାରେ ପ୍ରତିବର୍ଷ ୨.୭% ହାରରେ ଜନସଂଖ୍ୟା ବଢ଼ିଚାଲିଥିବା ରିପୋର୍ଟରେ କୁହାଯାଇଛି।

ପ୍ରଜନନ ସ୍ତର ହ୍ରାସ କରି ଜନସଂଖ୍ୟା ବୃଦ୍ଧିକୁ ରୋକିବା ଲାଗି ଜାତିସଂଘ ଜନସଂଖ୍ୟା ପାଣ୍ଠି ପ୍ରତିଷ୍ଠା ହୋଇଥିଲା। ଏହାର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ୨୦୫୦ ବେଳକୁ ବିଶ୍ଵର ଜନସଂଖ୍ୟା ବୃଦ୍ଧି ପାଇ ଯେଉଁ ସ୍ତରରେ ପହଞ୍ଚିଥିବ ସେଥିରୁ ଅଧିକାଂଶ ଭାଗିଦାରିତା ଉଚ୍ଚ ପ୍ରଜନନ ସ୍ତର ଥିବା ଦେଶଗୁଡ଼ିକର ରହିବ ବୋଲି ଆଶା କରାଯାଉଛି। ଏହି ଦେଶଗୁଡ଼ିକ ମଧ୍ୟରେ ଆଫ୍ରିକା, ଭାରତ ଏବଂ ନାଇଜେରିଆ ରହିଛନ୍ତି।

ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଲାଗି ନିର୍ଦ୍ଧାରିତ ପ୍ରଜନନ ହାର(ପ୍ରତି ମହିଳାଙ୍କର ୨ ସନ୍ତାନ)କୁ ୨୪ଟି ରାଜ୍ୟ ପାଳନ କରିଛନ୍ତି। କିନ୍ତୁ ଦେଶରେ ଯେଉଁ ହାରରେ ଯୁବଗୋଷ୍ଠୀ ସଂଖ୍ୟା ବୃଦ୍ଧି ପାଇଚାଲିଛି ତାହା ଜନସଂଖ୍ୟା ବୃଦ୍ଧିକୁ ଇନ୍ଧନ ଯୋଗାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଜାତିସଂଘ ଜନସଂଖ୍ୟା ପାଣ୍ଠିର ଭାରପ୍ରାପ୍ତ ଅଧିକାର କ୍ଲସ୍‌ ବେକ୍‌ କହିଛନ୍ତି, ଭାରତ ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରସ୍ତୁତ ରହିବା ଦରକାର। ସେମାନଙ୍କୁ ଭଲ ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ସହିତ ଦେଶର ଅର୍ଥନୀତି ଅଭିବୃଦ୍ଧି ପାଇଁ ବ୍ୟବସ୍ଥା କରିବା ଉଚିତ। ଏହା ସହିତ ବୟସ୍କମାନଙ୍କ ଯତ୍ନ ନେବା ମଧ୍ୟ ଜରୁରୀ। ଦେଶରେ ଯୁବଗୋଷ୍ଠୀଙ୍କ ଲାଗି ନିଯୁକ୍ତି ସୃଷ୍ଟି କରିବା ଭାରତ ପାଇଁ କଷ୍ଟକର ହୋଇପଡ଼ିଛି। ଏହାର କାରଣ ହେଉଛି ସରକାର ଲୋକଙ୍କ ପାଇଁ ଯେଉଁସବୁ ଯୋଜନା କରୁଛନ୍ତି ତାହା ମୁଖ୍ୟତଃ ବୟସ୍କମାନଙ୍କ ସୁବିଧା ପାଇଁ ହେଉଛି।  ବାର୍ଦ୍ଧକ୍ୟ ଭତ୍ତା, ବୟସ୍କମାନଙ୍କ ଲାଗି ବିଭିନ୍ନ ସେବା, ସହାୟତା ଏବଂ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଉଛି। ଭାରତ ପାଖରେ ଏବେ ବି ସମୟ ରହିଛି। ଦେଶ ଏ ଦିଗରେ ଚିନ୍ତା କରିବା ସହ ଅନ୍ୟ ଦେଶଗୁଡ଼ିକ ଯେଉଁଭଳି ପଦକ୍ଷେପ ନେଉଛନ୍ତି ସେଥିରୁ କିଛି ଶିଖିବା ଉଚିତ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories