ନୂଆଦିଲ୍ଲୀ : ଅକସାଇ ଚୀନକୁ ଚୀନର ଅଂଶବିଶେଷ ଭାବେ ଦର୍ଶାଉଥିବା ମାନଚିତ୍ରକୁ ହଟାଇବା ଲାଗି ଭାରତ ସରକାର ୱିକିପିଡିଆକୁ ନିର୍ଦେଶ ଦେଇଛନ୍ତି। ଆମେରିକାସ୍ଥିତ ଅଣଲାଭଦାୟକ ସଂସ୍ଥା ୱିକିପିଡିଆକୁ ଭାରତ ସରକାର ଲେଖିଥିବା ଚିଠିରେ ଏପରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ସରକାର କହିଛନ୍ତି ଯେ ୱିକିପିଡିଆର ଏପରି କାର୍ଯ୍ୟ ଉଦ୍ଦେଶ୍ୟ ପ୍ରଣୋଦିତ। ଭାରତକୁ ନିନ୍ଦିତ କରିବା ଏବଂ ଏହାର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏପରି କରାଯାଇଛି। ଅନଲାଇନ ତଥ୍ୟର ଭଣ୍ଡାର ଭାବେ ପରିଚିତ ୱିକିପିଡିଆକୁ ଏପରି ଭୁଲ୍ ମାନଚିତ୍ର ହଟାଇବା ଲାଗି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଅଜୟ ସହ୍ବାନେ ନଭେମ୍ବର ୨୭ ତାରିଖରେ ଚିଠି ଲେଖିଛନ୍ତି।
ୱିକିପିଡିଆର କାର୍ଯ୍ୟ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ)କୁ ଉଲ୍ଳଙ୍ଘନ କରୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଭାରତ ସରକାର କହିଛନ୍ତି ଯେ ୱିକିପିଡିଆ ଯଦି ଉପରୋକ୍ତ ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ ନ କରିବ ତେବେ ଏହାର ପ୍ଲାଟଫର୍ମକୁ ବ୍ଲକ କରିଦିଆଯିବ। ଆବଶ୍ୟକ ପଡିଲେ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ୱିକିପିଡିଆର ଏପରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ଜଣେ ଟ୍ବିଟର ବ୍ୟବହାରକାରୀ ପ୍ରଥମେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ। ୱିକିପିଡିଆର ଭୁଲ୍ ତଥ୍ୟ ଯୋଗୁଁ ଭାରତ-ଭୁଟାନ ଦ୍ବିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ତେବେ ଏହି ମାନଚିତ୍ର କେଉଁ ସମୟ ସୁଦ୍ଧା ହଟାଯିବ ସେ ନେଇ ଭାରତ ସରକାର କୌଣସି ସମୟ ଧାର୍ଯ୍ୟ କରିନାହାନ୍ତି। ଏହା ପୂର୍ବରୁ ସୋସିଆଲ ମିଡିଆ ସାଇଟ୍ ଟ୍ବିଟର କେନ୍ଦ୍ର ଶାସିତ ଅଞ୍ଚଳର ଲଦାଖର ଲେହକୁ ଚୀନର ଅଂଶ ବିଶେଷ ଭାବେ ଦର୍ଶାଇଥିଲା। ଏହାକୁ ନେଇ ଭାର



