www.samajalive.in
Saturday, December 6, 2025
19.1 C
Bhubaneswar

ସେୟାର ବଜାରକୁ ପ୍ରବେଶ କଲା ଏଲଆଇସି

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଓ ବିଶ୍ୱସ୍ତ ବୀମା ସେବା କମ୍ପାନୀ ଏଲଆସି  ଆଜି ବିଧିବଦ୍ଧ ଭାବେ ସେୟାର ବଜାରକୁ ପ୍ରବେଶ କରିଛି । ଏଲଆଇସି ଷ୍ଟକ ବଜାରରେ ପ୍ରବେଶ କରିବା କାରଣରୁ ନିବେଶକଙ୍କ ମଧ୍ୟରେ ବିଶେଷ କିଛି ଖୁସି ଦେଖିବାକୁ ମିଳିନାହିଁ ।କାରଣ ଏହାର ଆଇପିଓର ଲିଷ୍ଟିଂ ପ୍ରାଇସ୍‌ ବ୍ୟାଣ୍ଡରୁ ପ୍ରାୟ ୮% ବା ୮୭୨ ଟଙ୍କା ତଳକୁ ଖସି ଯାଇଛି। ଯାହାକୁ ନେଇ ନିବେଶଙ୍କ ମଧ୍ୟରେ ବଡ଼ ପ୍ରଭାବ ପଡ଼ିଛି ।

ଦେଶର ସବୁଠୁ ବଡ଼ ବୀମା କମ୍ପାନୀ କୁହାଯାଉଥିବା ଏଲଆଇସି ବର୍ତ୍ତମାନ ସେୟାର ବଜାରକୁ ପ୍ରବେଶ କରିବା ପରେ ବିଭିନ୍ନ ଅର୍ଥନୀତି ବିସାରଦ ମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖୁଥିବା ଦେଖିବାକୁ ମିଳିଲାଣି । ସେୟାର ବଜାରକୁ ଏଲଆଇସିର ପ୍ରବେଶ ଦ୍ୱାରା ଆଗକୁ ନିବେଶକ ମାନେ ଭଲ ରିଟର୍ଣ୍ଣ ପାଇବେ ବୋଲି କହିଥିବା ବେଳେ କିଛି ବିଶେଷଜ୍ଞ ବଜାର ଦୁର୍ବଳ ଥିବା ଯୋଗୁଁ ଏହି ଲିଷ୍ଟିଂ ପ୍ରାଇସ୍‌ ହ୍ରାସ ପାଇଛି ବୋଲି କହିଛନ୍ତି ।

- Advertisement -

ଅନ୍ୟପଟେ ପୂର୍ବରୁ ମଧ୍ୟ ବହୁ କମ୍ପାନୀ ଷ୍ଟକ ଏକ୍ସଚେଞ୍ଜ ତାଲିକାରେ ଯୋଡି ହୋଇଛନ୍ତି । ୨୦୦୯ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍‌ ଗତ ୧୩ ବର୍ଷରେ ୨୬ଟି କମ୍ପାନୀ ଏକ୍ସଚେଞ୍ଜ ତାଲିକାରେ ସାମିଲ ହୋଇଛନ୍ତି । ତାଲିକାଭୁକ୍ତ ହୋଇଥିବା ୨୬ କମ୍ପାନୀ ମଧ୍ୟରୁ ୧୫ଟି କମ୍ପାନୀ କ୍ଷତି ସହିଥିବା ବେଳେ ୧୧ଟି କମ୍ପାନୀ ଲାଭ ଦେଇଥିବା ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି ଜେନେରାଲ ଇନସୁରାନ୍ସ ଅଫ୍‌ ଇଣ୍ଡିଆ (ଜିଆଇସି) ସର୍ବାଧିକ ୮୭ ପ୍ରତିଶତ କ୍ଷତି ଦେଇଛି । ସେହିପରି ଅନ୍ୟ କମ୍ପାନୀ ଗୁଡ଼ିକ ମଧ୍ୟ କ୍ଷତି ସହିଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories