୧ କୋଟି ୩୫ ଲକ୍ଷ ଭାରତୀୟ ବିଭିନ୍ନ ଦେଶରେ ବସବାସ କରୁଥିବା କେନ୍ଦ୍ର ସରକାର କହିଛନ୍ତି। ସେମାନଙ୍କ ମଧ୍ୟରୁ ୮୮ଲକ୍ଷ କେବଳ ଉପସାଗରୀୟ ଦେଶ ଗୁଡ଼ିକରେ ବାସ କରୁଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍ କହିଛନ୍ତି, ସରକାର ପ୍ରବାସୀ ଭାରତୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଅଗ୍ରାଧିକାର ଦେଉଛନ୍ତି। ସେ କହିଛନ୍ତି, ଇ-ମାଇଗ୍ରେଟ୍ ପୋର୍ଟାଲ୍ ମାଧ୍ୟମରେ ସରକାର ବିଦେଶରେ କାର୍ଯ୍ୟରତ ଭାରତୀୟ ଶ୍ରମିକମାନଙ୍କ ସମ୍ବନ୍ଧରେ ତଥ୍ୟ ରଖୁଛନ୍ତି।
ସେ କହିଛନ୍ତି, ବିଭିନ୍ନ ନକଲି ଏଜେନ୍ସି ସମେତ ଅଭିଯୋଗଗୁଡ଼ିକର ପଞ୍ଜିକରଣ କରାଯାଉଛି। ମନ୍ତ୍ରୀ କହିଛନ୍ତି, ଏ କ୍ଷେତ୍ରରେ ମନ୍ତ୍ରଣାଳୟ ଓ ବିଦେଶରେ ଥିବା ଦୂତାବାସଗୁଡ଼ିକ ଦ୍ୱାରା ଠିକ୍ ସମୟରେ ପଦକ୍ଷେପ ନିଆଯାଇ ଆପତ୍ତି ଅଭିଯୋଗଗୁଡ଼ିକର ସମାଧାନ କରାଯାଉଛି। ମନ୍ତ୍ରୀ ପୁଣି କହିଛନ୍ତି, ବହୁ ନକଲି ସଂସ୍ଥା ବିଷୟରେ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି।



