ନୂଆଦିଲ୍ଲୀ : ଭାରତୀୟ ଯୁବ କଂଗ୍ରେସ ବୁଧବାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିଶେଲଙ୍କ ପାଇଁ ମାମଲା ଲଢୁଥିବା ଆଲଜୋ କେ ଜୋସେଫଙ୍କୁ ଦଳରୁ ବହିଷ୍କାର କରିଛି। ଜୋସେଫ ଯୁବ କଂଗ୍ରେସ ଆଇନ ବିଭାଗର ମୁଖ୍ୟ ଥିଲେ। ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଜୋସେଫ ବ୍ୟକ୍ତିଗତ ଭାବେ ମିଶେଲଙ୍କ ପାଇଁ କୋର୍ଟକୁ ଯାଇଥିଲେ। ସେ ଏ ନେଇ ଦଳକୁ କୌଣସି ସୂଚନା ଦେଇନଥିଲେ। ତେଣୁ ତାଙ୍କୁ ତୁରନ୍ତ ପ୍ରଭାବରେ ଦଳରୁ ବହିଷ୍କାର କରାଯାଇଛି। ଯୁବ କଂଗ୍ରେସ ଏଭଳି କାର୍ଯ୍ୟକୁ ସମର୍ଥନ କରେନାହିଁ।
ଉଲ୍ଲେଖଯୋଗ୍ୟ ଯେ ଖ୍ରୀଷ୍ଟିଆନ୍ ମିଶେଲଙ୍କ ପାଇଁ କଂଗ୍ରେସ ନେତା ମାମଲା ଲଢୁଥିବା କଥା ବିଜେପି ଉଠାଇଥିଲା। ମୁମ୍ବଇ ବିଜେପି ଶାଖା ମୁଖପାତ୍ର ସୁରେଶ ନଖୁଆ ଟ୍ୱିଟ୍ କରିଥିଲେ ଯେ ଜଣାନ୍ତି କି ମିଶେଲଙ୍କ ଓକିଲ କି’ଏ.. ସେ ହେଉଛନ୍ତି ଜାତୀୟ ଯୁବ କଂଗ୍ରେସର ଆଇନ ବିଭାଗ ମୁଖ୍ୟ ଆଲଜୋ। ଏହି ଟ୍ୱିଟ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଯୁବ କଂଗ୍ରେସ ପଦକ୍ଷେପ ନେଇଥିଲା। ପଦକ୍ଷେପ ସ୍ୱରୁପ ଆଲଜୋଙ୍କୁ ଦଳରୁ ବହିଷ୍କାର କରାଯାଇଛି।
ମିଶେଲଙ୍କ ଓକିଲ ଆଲଜୋ କେ ଜୋସେଫଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ
Popular Categories



