www.samajalive.in
Thursday, December 11, 2025
18.1 C
Bhubaneswar

ସାବଧାନ! ଟଙ୍କାରେ ଦୁଇଦିନ ବଞ୍ଚିପାରେ କରୋନା ଭୂତାଣୁ

ବେଜିଂ : କୋବିଦ – ୧୯ କରୋନା ଭୂତାଣୁ ବ୍ୟାଙ୍କ ନୋଟରେ  ୪୮ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିବ ପାରିବ । ଏଥିପ୍ରତି ସାବଧାନ ରହିବା ଆବଶ୍ୟକ । ହଂକଂରୁ ପ୍ରକାଶିତ ସାଉଥ୍ ଚାଇନା ମଣ୍ଣିଂ ପୋଷ୍ଟ (ଏସସିଏମପି)ରେ ସୋମବାର ଏ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ହଂକଂ ବିଶ୍ବବିଦ୍ୟାଳୟ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥର ଦୁଇ ଗବେଷକ ଲିଓ ପୁ ଲିଟମ୍ୟାନ୍ ଓ ମାଲିକ୍ ପେଇରିସଙ୍କ ଗବେଷଣା ଆଧାରରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।
ରିପୋର୍ଟ ଅନୁସାରେ କରୋନା ଭୂତାଣୁ ହେଉଛି ଏହାର ସାର୍ସ ଓ ମାର୍ସ ଭୂତାଣୁ ପରିବାରର । ସାର୍ସ ଭୂତାଣୁ ଅନୁକୂଳ ପରିବେଶରେ ଦୀର୍ଘଦିନ ଧରି ବଞ୍ଚି ରହିପାରେ। ଦୁଇ ଗବେଷକ କେଉଁ ପଦାର୍ଥରେ ଭୂତାଣୁ କେତେ ସମୟ ବଞ୍ଚି ରହିପାରେ ସେ ସମ୍ପର୍କରେ ଗବେଷଣା ଆରମ୍ଭ କରିଥିଲେ । ସେଥିରୁ ଭୂତାଣୁ ଟିସୁ ପେପର ଉପରେ ଅତିବେଶୀରେ ୩ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରିବ ବୋଲି ଦୁଇ ଗବେଷକ ଦାବି କରିଛନ୍ତି । ସେହିପରି କାଠ ଓ କପଡ଼ା ଉପରେ ଏହା ଦ୍ବିତୀୟ ଦିନ ପର୍ଯ୍ୟନ୍ତ , କାଚ ଓ କପଡ଼ା ଉପରେ ୪୮ ଘଣ୍ଟା ଏବଂ ଇସ୍ପାତ ଓ ପ୍ଲାଷ୍ଟିକ୍ ଉପରେ ୭ ଦିନ ଯାଏ ଏହା ଜୀଇ ରହିବାର ସାମର୍ଥ୍ୟ ରଖିଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଭୂତାଣୁ ସର୍ଜିକାଲ ଫେସ୍ ମାସ୍କରେ ସାତ ଦିନ ପର୍ଯ୍ୟନ୍ତ ବଞ୍ଚି ରିପାରିବ । ତେଣୁ ସର୍ଜିକାଲ ମାସ୍କ ବ୍ୟବହାର କରୁଥିବା ଲୋକମାନେ ଏହାର ବାହାର ପାର୍ଶ୍ବକୁ କେବେ ହେଲେ ସ୍ପର୍ଶ ନ କରିବାକୁ ପେଇରିସ୍ ଚେତାବନୀ ଦେଇଛନ୍ତି । ଏହା ମାସ୍କ ପରିଧାନକାରୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସେ କହିଛନ୍ତି ।ତେବେ ନିୟମିତ ହାତ ଧୂଆ, ଘରର ବିଶୋଧନୀକରଣ ଓ ବ୍ଲିଚିଂ ବ୍ୟବହାରରେ ଏହାକୁ ନିର୍ମୁଳ କରାଯାଇ ପାରିବ ।
ଅନ୍ୟପକ୍ଷରେ ଏକ ଆମେରିକୀୟ ଜର୍ଣ୍ଣାଲ ‘ନେଚର’ରେ ଦୁଇ ଗବେଷକଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ କରୋନା ଭୂତାଣୁ ପ୍ଲାଷ୍ଟିକ୍ ଓ ଷ୍ଟିଲ୍ ଉପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହି ପାରିବେ ବୋଲି ପ୍ରକାଶ ପାଇଛି । ତେବେ ତମ୍ବା ଉପରେ ଏହା ବେଶୀ ସମୟ ଜୀବିତ ରହିପାରେ ନାହିଁ । ତମ୍ବା ଉପରେ ଏହା ଅତିବେଶୀରେ ୪ ଘଣ୍ଟା ପର୍ଯ୍ୟନ୍ତ ଓ କାର୍ଡ଼ବୋର୍ଡ଼ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ପାରିବ ବୋଲି ଉଲ୍ଲେଖ କରାଯାଇଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories