www.samajalive.in
Saturday, December 6, 2025
19.1 C
Bhubaneswar

ଡଲାର ଚିନ୍ତା ଶେଷ, ଟଙ୍କା ବିନିମୟରେ ଇରାନରୁ ତେଲ କିଣିବ ଭାରତ

ନୂଆଦିଲ୍ଲୀ : ଇରାନରୁ ତେଲ କିଣିବା ପାଇଁ ଭାରତକୁ ଆଉ ଡଲାର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଫଳରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ଦୁର୍ବଳ ହେବାର ଚାପ ଆଉ ଭାରତୀୟ ତୈଳ ବଜାର ଉପରେ ପଡିବ ନାହିଁ। ସୂଚନା ଅନୁସାରେ ଏଥର ଭାରତ ଟଙ୍କା ବିନିମୟରେ ଇରାନରୁ ତେଲ କିଣିବ। ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଇରାନର ତେଲ କମ୍ପାନୀ (ଏନ୍‍ଆଇଓସି)କୁ ୟୁକୋ ବ୍ୟାଙ୍କ ମାଧ୍ୟମରେ ଟଙ୍କା ବିନିମୟରେ ଅର୍ଥ ପ୍ରଦାନ କରିବେ। ତେଲ ପାଇଁ ଟଙ୍କା ବିନିମୟରେ ଅର୍ଥ ପ୍ରଦାନ କରିବାକୁ ଇରାନ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇଛି ଓ ଏଥିପ୍ରତି ଆମେରିକା ସରକାରଙ୍କ ସମର୍ଥନ ରହିଥିବା ସୂଚନା ମିଳିଛି। ଏହାଦ୍ୱାରା ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଅଶାତୀତ ଭାବେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ପ୍ରକାଶଯୋଗ୍ୟ ଯେ ଆମେରିକା ନଭେମ୍ବର ୫ରୁ ଇରାନ ଉପରେ ବ୍ୟାପାର ସହ ଅନ୍ୟ କଟକଣା ଲଗାଇଛି। ହେଲେ ଅଶୋଧିତ ତେଲ କିଣିବା ପାଇଁ ଭାରତ ସମେତ ୮ ଦେଶକୁ ଅନୁମତି ଦେଇଛି ଓ କଟକଣାକୁ ସାମାନ୍ୟ କୋହଳ କରିଛି। ତେଲ ଆମଦାନୀ କ୍ରମଶଃ ହ୍ରାସ କରିବା ସର୍ତ୍ତରେ ଆମେରିକା ସରକାର ଭାରତକୁ ଇରାନ ସହ ବ୍ୟାପାର ସମ୍ପର୍କ ରଖିବା ପାଇଁ ୬ ମାସ ବା ୧୮୦ ଦିନର ସ୍ୱାଧୀନତା ଦେଇଛି। ଆମେରିକାର କଟକଣା ସତ୍ତ୍ବେ ଭାରତ ଇରାନକୁ ଖାଦ୍ୟ ପଦାର୍ଥ, ଔଷଧ ଏବଂ ଅନ୍ୟ ଚିକିତ୍ସା ଉପକରଣ ରପ୍ତାନୀ କରିପାରୁଛି । ବୁଝାମଣା ଅନୁସାରେ ତେଲ ବାବଦ ଅଧା ଅର୍ଥ ରପ୍ତାନୀ ବାବଦ ଇରାନ ପ୍ରଦାନ କରିବାକୁଥିବା ଅର୍ଥ (ଟଙ୍କା) ଯୋଗେ କରାଯିବ। ଏହି କ୍ରମରେ ଟଙ୍କା ବିନିମୟରେ ଭାରତ ଇରାନରୁ ଦିନକୁ ୩ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଆମଦାନୀ କରିପାରିବ। ଏବେ ଭାରତ ଦିନକୁ ହାରାହାରି ୫,୬୦,୦୦୦ ବ୍ୟାରେଲ ତେଲ ଇରାନରୁ ଆମଦାନୀ କରୁଛି।
ଇରାନରୁ ସର୍ବାଧିକ ତେଲ ଆମଦାନୀ କରୁଥିବା ଦେଶ ମଧ୍ୟରେ ଚୀନ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏହି କ୍ରମରେ ଭାରତ ଇରାନଠାରୁ ମାସକୁ ୧୨.୫ ଲକ୍ଷ ଟନ୍‍ ବ୍ୟାରେଲ (ବର୍ଷକୁ ଦେଢ କୋଟି ଟନ୍‍ ବ୍ୟାରେଲ) ଅର୍ଥାତ ଦିନକୁ ୩ ଲକ୍ଷ ଟନ୍‍ ଅଶୋଧିତ ତୈଳ ଆମଦାନୀ କରିପାରିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories