www.samajalive.in
Sunday, December 7, 2025
26.1 C
Bhubaneswar

ଦୁବାଇରେ ଆଜି ଭାରତ-ପାକ୍‍ ଲଢେଇ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି ବଡ଼ ଦିନ। କ୍ରିକେଟ ପ୍ରେମୀ ଆଜି ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବାର ସୁଯୋଗ ପାଇବେ। ଦୁବାଇରେ ଅନୁଷ୍ଠିତ ଏସିଆ କପ୍‍ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ଟୁର୍ଣ୍ଣାମେଣ୍ଟର ଦୁଇ ପ୍ରମୁଖ ଦଳ ବୁଧବାର ସନ୍ଧ୍ୟାରେ ମୁହାଁମୁହିଁ ହେବେ।
ଗତ ବର୍ଷ ଖେଳିଥିବା ଚମ୍ପିୟନ ଟ୍ରଫି ପରେ ଆଜି ଉଭୟ ଦଳ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହେବେ। ସେହି ମ୍ୟାଚରେ ପାକିସ୍ତାନ ପାଖରୁ ଭାରତ ପରାଜିତ ହୋଇଥିଲା। ତେଣୁ ଆଜିର ମ୍ୟାଚରେ ଭାରତ ପାକିସ୍ତାନ ଟିମ୍‍କୁ ଉପଯୁକ୍ତ ଜବାବ ଦେବ ବୋଲି କ୍ରିକେଟ ପ୍ରେମୀ ଆଶା ବାନ୍ଧିଛନ୍ତି। ପାକ୍‍ ପ୍ରଧାନନମନ୍ତ୍ରୀ ଇମରାନ ଖାନ ଏହି ଖେଳ ଦେଖିବା ପାଇଁ ଦୁବାଇ ପହଞ୍ôଚବାର ସମ୍ଭାବନା ରହିଛି।
ପାକ୍‍ ଅଧିନାୟକ ସରଫରାଜ ଅହମଦ ଆଜିର ମ୍ୟାଚକୁ ନେଇ ତାଙ୍କ ଟିମ ଉପରେ କୌଣସି ଚାପ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଅନ୍ୟାନ୍ୟ ମ୍ୟାଚ ପରେ ପାକ୍‍ ଟିମ ତା’ର ବ୍ୟାଟିଂ ଓ ବୋଲିଂ ନୈପୁଣ୍ୟତାର ପରିଚୟ ଦେବ। ତେବେ ଭାରତ- ପାକ୍‍ ମ୍ୟାଚକୁ ନେଇ ଉଭୟ ଦେଶର ଟିମ ଉପରେ ପ୍ରବଳ ଚାପ ପୂର୍ବରୁ ରହି ଆସିଛି। ଏକଥା ବେଶ୍‍ ଭଲ ଭାବେ ଉଭୟ ଦେଶର କ୍ରୀଡ଼ାପ୍ରେମୀ ବୁଝିଛନ୍ତି। କାରଣ ଭାରତ- ପାକ୍‍ ଖେଳାଳୀ ପଡ଼ିଆରେ ଓହ୍ଲାଇବା କ୍ଷଣି ଦର୍ଶକଙ୍କ ଚାପ ଉଭୟ ଟିମକୁ କାବୁ କରିନିଏ। ଫଳରେ କେତେବେଳେ କେମିତି କେତେକ ଖେଳାଳୀ ଅଥବା ଟିମ ଭୁଲ ନିଷ୍ପତ୍ତି ନେବାର ଏକାଧିକ ଉଦାହରଣ ଭାରତ- ପାକିସ୍ତାନ ମ୍ୟାଚର ଇତିହାସରେ ରହିଛି।
ମଙ୍ଗଳବାର ମ୍ୟାଚକୁ ଅନୁଧ୍ୟାନ କଲେ ହଂଙ୍କ ବିରୋଧରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ବିଜୟ ସହଜ ନଥିଲା। ମ୍ୟାଚର ଗୋଟିଏ ସମୟରେ ଭାରତର ବିଜୟକୁ ନେଇ ଆଶଙ୍କା ଦେଖା ଦେଇଥିଲା। ପାକ୍‍ ଟିମ୍‍ ଏହାକୁ ଦେଖି ନିଜ ଆତ୍ମବିଶ୍ୱାସ ବଢାଉଛନ୍ତି। ଯଦି ହଂଙ୍କ ପରି ଟିମ ସହ ଭାରତ ଦୋଦୂଲ୍ୟମାନ ପରିସ୍ଥିତିର ସମ୍ମୁଖୀନ ହେଉଛି ତେବେ ପାକ୍‍ ଟିମ ସହଜରେ ଭାରତକୁ ପରାଜିତ କରିପାରିବ ବୋଲି ଚିନ୍ତା କରୁଛନ୍ତି। ଅପରପକ୍ଷରେ କେହଲିଙ୍କ ଅବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ ଏହି ଚ୍ୟାଲେଞ୍ଜକୁ ଦ୍ୱିଗୁଣିତ କରିଛି। ଫଳରେ ଆଜିର ମ୍ୟାଚେରେ ରୋହିତଙ୍କ ସମେତ ଶିଖର ଧବନଙ୍କ ଉପରେ ଦାୟିତ୍ୱ ଅଧିକ ରହିବ। ଏଭଳି ପରିସ୍ଥିତିରେ ମିଡିଲ ଅଡରରେ ବ୍ୟାଟିଂ କରୁଥିବା ଖେଳାଳୀଙ୍କ ଦାୟିତ୍ୱ ଅଧିକ ରହିଛି। ଏହି ସ୍ଥାନରେ ଆଜି ଧୋନୀ ବ୍ୟାଟିଂ କରୁଛନ୍ତି। ଧୋନୀଙ୍କ ଦୀର୍ଘ ଅନୁଭବ ମ୍ୟାଚକୁ ଭିନ୍ନ ମୋଡ଼ ଦେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories