www.samajalive.in
Friday, December 5, 2025
27.1 C
Bhubaneswar

ଏଲଏସିରେ ଚୀନକୁ ମାତ୍‌ ଦେବାକୁ ହାଲୁକା ଟ୍ୟାଙ୍କ କିଣିବ ଭାରତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଛି। ଚୀନ ଏକାଧିକ ଥର ଏଲଏସିରେ ଭାରତ ବିରୋଧରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଏଲଏସିରେ ଚୀନକୁ ମାତ୍‌ ଦେବା ଲାଗି ଭାରତ ଲାଇଟ୍‌ ୱେଟ୍‌ ବା ହାଲୁକା ଟ୍ୟାଙ୍କ୍‌ କିଣିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିଛନ୍ତି। ଏହି ଟ୍ୟାଙ୍କଗୁଡ଼ିକ ଉଚ୍ଚ ପାର୍ବତ୍ୟାଞ୍ଚଳରେ ମୁତୟନ କରାଯିବ। ଇକୋନୋମିକ୍‌ ଟାଇମ୍ସ ରିପୋର୍ଟ ଅନୁସାରେ, ନିକଟରେ ଚୀନ ଏଲଏସିରେ ଏହିଭଳି ଟ୍ୟାଙ୍କ୍‌ ମୁତୟନ କରିଥିଲା, ଯାହା ଭାରତ ପାଇଁ ଚିନ୍ତାର ବିଷୟ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ସେନାରେ ଲାଇଟ୍‌ୱେଟ୍‌ ଟ୍ୟାଙ୍କ ସାମିଲ କରିବାକୁ ଯୋଜନା କରିଛନ୍ତି। ଲଦାଖରେ ଲାଇଟ୍‌ୱେଟ୍‌ ଟ୍ୟାଙ୍କ ମୁତୟନ ଭାରତୀୟ ସେନାକୁ ଅଧିକ ମଜଭୁତ କରିବ। କାରଣ ଭାରି ଟ୍ୟାଙ୍କ ତୁଳନାରେ ହାଲୁକା ବା ଲାଇଟୱେଟ୍‌ ଟ୍ୟାଙ୍କ ଅଧିକ ସୁବିଧାଜନକ ହେବ।

ଅନ୍ୟପଟେ ଭାରତୀୟ ସେନା ବାୟୁ ପରିବହନ ଯୋଗ୍ୟ ଟ୍ୟାଙ୍କ୍‌ ହାସଲ କରିବାକୁ ଚାହୁଁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଟ୍ୟାଙ୍କଗୁଡ଼ିକ ଏଲଏସିର ଅଗ୍ରଗାମୀ ଅଞ୍ଚଳଗୁଡ଼ିକରେ ମୁତୟନ ହୋଇପାରିବ, ଯାହାଦ୍ବାରା ଚୀନ ସୈନ୍ୟଙ୍କ ଦ୍ବାରା ଯେକୌଣସି ପଦକ୍ଷେପକୁ ତୁରନ୍ତ ପ୍ରତିହତ କରାଯାଇପାରିବ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories