www.samajalive.in
Monday, December 8, 2025
24.1 C
Bhubaneswar

ମହାକାଶର ମହାଶକ୍ତି ହେଲା ଭାରତ – ୩ମିନିଟରେ ଶତ୍ରୁ ଧ୍ୱଂସ

ନୂଆଦିଲ୍ଲୀ: ଏକ ଗୁରୁତ୍ତ୍ୱପୂର୍ଣ ଘଟଣା କ୍ରମରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ମହାକାଶ ଇତିହାସରେ ତାର ନାଁ ସାମିଲ କରିଛି। ମାତ୍ର ୩ ମିନିଟରେ ଏକ ଲିଓ (ଲୋ ଅର୍ଥ ଅରବିଟ) ସାଟେଲାଇଟକୁ କକ୍ଷପଥରୁ ଖସେଇବାରେ ସକ୍ଷମ ହୋଇଛି। ଏହି ସଫଳତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ଭାବେ ଖ୍ୟାତି ଅର୍ଜନ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ,’ଆଜି ୨୭ ମାର୍ଚ୍ଚ, କିଛି ସମୟ ପୂର୍ବରୁ ଭାରତ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି। ଭାରତ ଆଜି ନିଜର ନାଁ ମହାକାଶ ମହାଶକ୍ତି ଭାବରେ ପରିଚୟ ହାସଲ କରିଛି। ଏ ଯାଏଁ ବିଶ୍ୱର ତିନୋଟି ଦେଶ – ଆମେରିକା, ରୁଷ ଏବଂ ଚୀନ ଏହି ସଫଳତା ପାଇଥିଲେ। ଏବେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ଆମ ବୈଜ୍ଞାନିକଗଣ ୩୦୦ କିଲୋମିଟର ଦୂରରେ ମହାକାଶରେ ନିମ୍ନ କକ୍ଷରେ କାର୍ଯ୍ୟ କରୁଥିବା ସାଟେଲାଇଟକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି।’

- Advertisement -

ମିଶନ ଶକ୍ତି ଅଧୀନରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା ଯାହା ଅତ୍ୟନ୍ତ କଠିନ ଓ ଉଚ୍ଚକୋଟୀର ଜ୍ଞାନକୌଶଳ ଆବଶ୍ୟକ କରିଥାଏ। ଲିଓ ସାଟେଲାଇଟକୁ ନଷ୍ଟ କରିଥିବା ସାଟେଲାଇଟ ନିରୋଧୀ କ୍ଷେପଣାସ୍ତ୍ର ଭାରତରେ ବିକାଶ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories