ଭାରତ ଏବେ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ବୃହତ୍‍ ଅର୍ଥନୀତି

0

ନୂଆଦିଲ୍ଲୀ: ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ବୃହତ୍‍ ଅର୍ଥନୀତିରେ ପରିଣତ ହୋଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ.ଏମ୍‍.ଏଫ୍‍.) ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ଭାରତ ଗତ ପାଞ୍ଚ ବର୍ଷ ମଧ୍ୟରେ ସାତ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଗତ ପାଞ୍ଚବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟକ୍ରମ ଯୋଗୁଁ ଦେଶର ଆର୍ଥିକ ଅଭିବୃଦ୍ଧି ଗତିଶୀଳ ହୋଇଛି ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଆହୁରି ଅଧିକ ସଂସ୍କାରର ଆବଶ୍ୟକତା ରହିଛି। ୱାଶିଂଟନ୍‍ଠାରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଭାରତର ଗତ ୫ବର୍ଷରେ ଆର୍ଥିକ ବିକାଶ ସମ୍ପର୍କରେ ମତ ଦେଇ ଆଇ.ଏମ୍‍.ଏଫ୍‍.ର ଯୋଗାଯୋଗ ନିର୍ଦ୍ଦେଶକ ଗେରି ରାଇସ୍‍ ଏହା କହିଛନ୍ତି। ଭାରତୀୟ ଅର୍ଥନୀତି ଉପରେ ଏକ ସର୍ବେକ୍ଷଣ ରିପୋର୍ଟ ଆସନ୍ତା ୱାର୍ଲଡ ଇକୋନୋମିକ ଆଉଟଲୁକରେ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଏହି ରିପୋର୍ଟ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଭାରତ ଆମେରିକୀୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥଙ୍କ ପ୍ରଥମ ରିପୋର୍ଟ ହେବ।

Leave A Reply