www.samajalive.in
Saturday, December 6, 2025
19.1 C
Bhubaneswar

୪ର୍ଥ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ପରେ ସ୍ଥିତି ସମ୍ଭାଳିଲେ ବେୟାରଷ୍ଟୋ ଓ ଷ୍ଟୋକ୍‌ସ

ଅହମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ୪ର୍ଥ ଟେଷ୍ଟରେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୩୦ ରନ୍‌ରେ ୩ଟି ଉଇକେଟ୍‌ ହରାଇବା ପରେ ଜନି ବେୟାରଷ୍ଟୋ ଏବଂ ବେନ୍‌ ଷ୍ଟୋକ୍‌ସ ସ୍ଥିତି ସମ୍ଭାଳିଛନ୍ତି। ୨୫ ଓଭର ଖେଳ ଶେଷ ସୁଦ୍ଧା ବେୟାରଷ୍ଟୋ ୨୮ ଏବଂ ଷ୍ଟୋକ୍‌ସ ୨୪ ରନ୍‌ କରି ଅପରାଜିତ ରହିଛନ୍ତି।

ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ​‌ ଦଳକୁ ପ୍ରଥମରୁ ଝଟ୍‌କା ଲାଗିଥିଲା। ମାତ୍ର ୧୦ ରନ୍‌ରେ ଦଳର ପ୍ରଥମ ଉଇକେଟ୍‌ ପତନ ଘଟିଥିଲା। ଓପନର ଡୋମିନିକ୍‌ ସିଲ୍‌ବେଙ୍କୁ ଭାରତୀୟ ସ୍ପିନର ଅକ୍ଷର ପଟେଲ ବୋଲ୍‌ଡ କରି ଦଳ ପାଇଁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ୧୫ ରନ୍‌ରେ ଅନ୍ୟତମ ଓପନର ଜ୍ୟାକ୍‌ କ୍ରଲି ଏବଂ ୩୦ ରନ୍‌ରେ ଅଧିନାୟକ ଜୋ ରୁଟ୍‌ ଆଉଟ ହୋଇଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ଉଇକେଟ୍‌ ନେଇଛନ୍ତି।

- Advertisement -

୪ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳା​‌ରେ ଭାରତ ୨-୧​‌ରେ ଆଗୁଆ ଥିବାବେଳେ ୪ର୍ଥ ଟେଷ୍ଟ ଇଂଲଣ୍ଡ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ। ମ୍ୟାଚ୍‌ ଡ୍ର ରହିଲେ ଭାରତ ସିରିଜ ବିଜୟ ହେବ। ଇଂଲଣ୍ଡ ବିଜୟୀ ହେଲେ ସିରିଜ ଡ୍ର ରହିବ। ତେଣୁ ଇଂଲଣ୍ଡ ପାଇଁ ଏହା କର ବା ମର ସ୍ଥିତି ସୃଷ୍ଟି କରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories