www.samajalive.in
Monday, December 8, 2025
13.1 C
Bhubaneswar

ତାଜମହଲରେ ବୋମା ଗୁଜବ, ପର୍ଯ୍ୟଟକ ଆତଙ୍କିତ

ଆଗ୍ରା: ତାଜମହଲରେ ବୋମା ଗୁଜବକୁ ନେଇ ଗୁରୁବାର ପର୍ଯ୍ୟଟକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପୂର୍ବାହ୍ନ ୧୦ଟାରେ ପୁଲିସ କଂଟ୍ରୋଲ ରୁମ୍‌କୁ ଜଣେ ବ୍ୟକ୍ତି ଫୋନ କରି ତାଜମହଲ ପରିସରରେ ବୋମା ରହିଥିବା ଜଣାଇଥିଲେ। ତୁରନ୍ତ ପୁଲିସ ବୋମା ନିଷ୍କ୍ରିୟକାରୀ ଦଳ ସହିତ ସେଠାରେ ପହଞ୍ଚିଥିଲା। ସିଆଇଏସଏଫ କମାଣ୍ଡାଣ୍ଟଙ୍କୁ ବି ଖବର ଦିଆଯାଇଥିଲା। ଭିତରେ ଥିବା ସବୁ ପର୍ଯ୍ୟଟକଙ୍କୁ ବାହାର କରିଦିଆଯାଇଥିଲା। ଏହି ସମୟରେ ଯାଞ୍ଚ କାର୍ଯ୍ୟ କରାଯିବା ସହିତ ତାଜମହଲ ପରିସରସ୍ଥ ସବୁ ଅଞ୍ଚଳରେ ଟିକିନିଖି ସର୍ଚ୍ଚ ଅପରେଶନ କରାଯାଇଥିଲା।

ପ୍ରାୟ ୧ ଘଣ୍ଟା ଧରି ସର୍ଚ୍ଚ ଅପରେଶନ ପରେ କୌଣସି ବିସ୍ଫୋରକ କିମ୍ବା ବୋମା ମିଳି ନ ଥିଲା। ସିଟି ଏସପି ବୋତ୍ରେ ରୋହନ ପ୍ରମୋଦ କହିଛନ୍ତି ଯେ, କୌଣସି ବ୍ୟକ୍ତି ପୁଲିସକୁ ଭୁଲ ସୂଚନା ଦେଇଥିଲେ। ଏହା ପରେ ଚେକିଂ କରାଗଲା। କିନ୍ତୁ କୌଣସି ବିସ୍ଫୋରକ ମିଳିଲା ନାହିଁ। ସୂଚନା ଦେଇଥିବା ବ୍ୟକ୍ତିକୁ ଚିହ୍ନଟ କରାଯାଉଛି। ପୁଲିସକୁ କେଉଁଠୁ ଫୋନ୍‌ କଲ୍‌ କରାଯାଇଥିଲା ? କେଉଁ ଉଦ୍ଦେଶ୍ୟରେ କରାଯାଇଥିଲା, ସେ ନେଇ ତଦନ୍ତ କରାଯାଉଛି। ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ସେ କହିଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories