www.samajalive.in
Monday, December 8, 2025
13.1 C
Bhubaneswar

ଆରୋଗ୍ୟ କ୍ଷେତ୍ରରେ ରେକର୍ଡ, ୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ

ଦେଶରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧ ହଜାର ୪୬୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦିନକରେ ଏତେ ରୋଗୀ ସୁସ୍ଥ ହେବା ଗତ ୪ ଦିନଧରି ଲାଗି ରହିଛି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୪ ଲକ୍ଷ ୯୭ ହଜାର ୮୬୭ରେ ପହଞ୍ଚିଛି ଏବଂ ଆରୋଗ୍ୟ ହାର ୮୦.୮୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଶତକଡା ୭୯ ଭାଗ ସୁସ୍ଥ ରୋଗୀ ୧୦ଟି ରାଜ୍ୟରୁ ରହିଥିବା ଜଣାପଡିଛି। ସେଗୁଡିକ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡୁ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବ।

- Advertisement -

ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ ୩୨ ହଜାରରୁ ଉର୍ଦ୍ଧ୍ଵ ନୂତନ ରୋଗୀ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଦେଶର ଏହି ଆରୋଗ୍ୟ ହାର ବିଶ୍ଵରେ ସର୍ବାଧିକ ବୋଲି ଜଣାପଡିଛି। ନିରବଛିନ୍ନ ପରୀକ୍ଷା, ଚିହ୍ନଟ ଓ ଉପଚାର ଯୋଗୁଁ ଏହି ଉନ୍ନତ ସୁସ୍ଥତା ହାର ହାସଲ ହୋଇପାରିଛି। କେନ୍ଦ୍ର ସରକାରଙ୍କ କୋଭିଡ ନିୟମାବଳୀ ଓ ନୂତନ ଭାବେ ଉପଲବ୍ଧ ହେଉଥିବା ବୈଷୟିକ ଜ୍ଞାନର ସଠିକ ପ୍ରୟୋଗ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି।

କେନ୍ଦ୍ର ସରକାରଙ୍କ ପରୀକ୍ଷାମୂଳକ ଉପଚାର ବାବଦ ରେମଡିସିଭିର, କୋନଭାଲେଣ୍ଟ ପ୍ଲାଜମା ଏବଂ ତୋଷିଲିଜୁମାବର ପ୍ରୟୋଗକୁ ଅନୁମତି ଦେଇଛନ୍ତି। ଏହାଛଡା ଅଧିକ ଅମ୍ଳଜାନ ବ୍ୟବହାର ଓ ଅନ୍ୟାନ୍ୟ ପଦ୍ଧତି ଅବଲମ୍ବନ ଯୋଗୁଁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଏହା ବ୍ୟତୀତ ଘରକୁ ଘର ବୁଲି ରୋଗୀଙ୍କୁ ନିରୀକ୍ଷଣ, ସ୍ୱଳ୍ପ ଲକ୍ଷଣଯୁକ୍ତ ରୋଗୀଙ୍କ ଉପଚାର, ଉନ୍ନତ ଆମ୍ବୁଲାନ୍ସ ସେବା ଓ ସମୟୋପଯୋଗୀ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି। ନୂଆଦିଲ୍ଲୀସ୍ଥିତ ଏମ୍ସର ସକ୍ରିୟ ସହଯୋଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ୟ୍ୟରତ ଆଇସିୟୁ ଡାକ୍ତରମାନଙ୍କ ପାଇଁ କୋଭିଡ ପରିଚାଳନାଯୁକ୍ତ ତାଲିମ ମଧ୍ୟ ପ୍ରଦାନ କରାଯାଉଛି। ସପ୍ତାହରେ ମଙ୍ଗଳବାର ଓ ଶୁକ୍ରବାର ଦୁଇଦିନ ହୋଇଥିବା ଟେଲି ପରାମର୍ଶ ଯୋଗୁଁ ଦେଶରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବା ପରିଲକ୍ଷିତ ହୋଇଛି। ଏପର୍ୟ୍ୟନ୍ତ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ଇ-ଆଇସିୟୁ ୨୭୮ଟି ହସ୍ପିଟାଲରେ ଅନୁଷ୍ଠିତ ହୋଇଛି।

କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବା କର୍ମଚାରୀଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଉଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଦ୍ଵାରା ଅମ୍ଳଜାନ ଉପଲବ୍ଧତା ଓ ଅନ୍ୟାନ୍ୟ ଚିକିତ୍ସାଗତ ସୁବିଧା ସମ୍ପର୍କରେ ତଦାରଖ କରାଯାଉଛି। ଏହାର ଫଳସ୍ଵରୂପ ଦେଶରେ ଅଧିକ ଆରୋଗ୍ୟ ଲାଭ କରୁଥିବା ବେଳେ ମୃତ୍ୟୁହାର ବର୍ତ୍ତମାନ ୧.୫୯ ପ୍ରତିଶତକୁ ହ୍ରାସ ପାଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories