ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସର୍ବାଧିକ ୧୭ ହଜାର ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୯୦ ହଜାର ୪୦୧ରେ ପହଂଚିଛି। ସେହି ସମୟ ମଧ୍ୟରେ ୪୦୭ ଜଣ ସଙ୍କ୍ରମିତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ଫଳରେ ଦେଶରେ ଏହି ଭୁତାଣୁ ସଂକ୍ରମଣରେ ୧୫ ହଜାର ୩୦୧ ଜଣଙ୍କ ମୃତ୍ୟୁ ଘଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୮୯ ହଜାର ୪୬୩ ଜଣ ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ଥିବା ବେଳେ ୨ ଲକ୍ଷ ୮୫ ହଜାର ୬୩୭ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ପକ୍ଷରେ ଭାରତୀୟ ଭେଷଜ ଗବେଷଣା ପରିଷଦ, ଆଇସିଏମଆର ପ୍ରଦତ୍ତ ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ଦେଶରେ ୭୭ ଲକ୍ଷ ୭୬ ହଜାର ୨୨୮ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୫ ହଜାର ୪୪୬ଟି ନମୁନା ପରୀକ୍ଷା କରାଯାଇଛି।



