ନୂଆଦିଲ୍ଲୀ: ଦେଶରେ ଆଜି ହ୍ରାସ ପାଇଛି କରୋନା ସଂକ୍ରମଣ । ଗତକାଲିଠୁ ଆଜି ଦେଶରେ ୨୦ହଜାର ୭୧ କରୋନା ମାମଲା କମ୍ ରହିଛି । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ଲକ୍ଷ ୩୮ ହଜାର ୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରେ ୩୧୦ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୫୭,୪୨୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଓମିକ୍ରନ୍ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଏଯାଏ ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୯୧କୁ ବୃଦ୍ଧି ପାଇଛି । ତାହା ସହ ଗତକାଲିଠାରୁ ଦେଶରେ ବଢି଼ଛନ୍ତିି ୮.୩୧% ଓମିକ୍ରନ ଆକ୍ରାନ୍ତ ।
Popular Categories



