ପୁଣେ: କରୋନା କାୟା ଭିତରେ ଖୁସି ଖବର । ଓମିକ୍ରନକୁ ମାତଦେବାକୁ ବାହାରିଲା ଭ୍ୟାକ୍ସିନ୍ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଓମିକ୍ରନ ପାଇଁ ଭାରତରେ ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇଛି । ପୁଣେର ଔଷଧ ନିର୍ମାତା ଜେନୋଭା ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ ଓମିକ୍ରନ୍ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି । ଏହି ଭ୍ୟାକ୍ସିନ୍ ଖୁବଶୀଘ୍ର ହ୍ୟୁମ୍ୟାନ୍ ଟ୍ରାଏଲ୍ ଆରମ୍ଭ ହେବ । ଏହାର ନାମ ରହିଛି ଓମିକ୍ରମ୍ ଭାରିଆଣ୍ଟ୍-ସ୍ପେଶିଫିକ୍ ଭ୍ୟାକ୍ସିନ୍ । ତେବେ ଏହାର ଦୁଇଟି ପର୍ୟ୍ୟାୟ ଟ୍ରାୟଲ ସରିଛି । ଶେଷ ପର୍ୟ୍ୟାୟର ଟ୍ରାଏଲ ପାଇଁ ଅପେକ୍ଷାରେ ରହିଛି । ଭାରତ ସରାକର ଏହାକୁ ମଞ୍ଜୁରୀ ପ୍ରଦାନ କଲେ ଏହା ଟ୍ରାୟଲ କରାଯିବ । ସୂଚନା ମୁତାବକ, ଏହି ଭ୍ୟାକ୍ସିନ ଶକ୍ତିଶାଳୀ । ଆମ ଶରୀରର ଆଣ୍ଟିବଡ଼ି ସୃଷ୍ଟି କରିବାରେ ଏହା ବହୁ ସହାୟକ ହେବ ।
Popular Categories


