www.samajalive.in
Monday, December 8, 2025
24.1 C
Bhubaneswar

ଦେଶରେ ଉପର ମୁହାଁ କରୋନା ଗ୍ରାଫ୍‌; ଆଉ ୫ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ । ଗତ କିଛି ଦିନ ଧରି କରୋନା ସଂକ୍ରମଣ ୩ହଜାର ଭିତରେ ସୀମିତ ରହୁଥିବା ବେଳେ ଆଜିର ସଂକ୍ରମଣ ମାମଲା ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩ହଜାର ୭୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ଗୋଟିଏ ଦିନରେ ୨ହଜାର ୫୮୪ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  ଏବେ ବି କରୋନା ଯୋଗୁ ଲୋକଙ୍କ ମୃତ୍ୟୁ ହେଉଛି । ଦେଶରେ କରୋନା ଯୋଗୁ ଆଉ ୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ଜିନତ ମୃତ୍ୟୁସଂଖ୍ୟା ୫,୨୪,୬୪୧ ରହିଛି ।  ଅନ୍ୟପ​‌ଟେ ଦେଶରେ ଦୈନିକ ସଂକ୍ରମଣ ବଢ଼ିବାରୁ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଇଛି । ଦେଶରେ ୦.୮୪ ପ୍ରତିଶତ ରହିଛି ଦୈନିକ ପଜିଟିଭିଟି ହାର । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୧୯,୫୦୯ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଦେଶରେ ଏଯାଏ କରୋନାରୁ ଦେଶରେ ମୋଟ୍‌ ସୁସ୍ଥ ହେଲେଣି ୪,୨୬,୨୦,୩୯୪ ସଂକ୍ରମିତ । କରୋନାକୁ ମାତ୍‌ ଦେବାକୁ ଦେଶରେ ଏବେ ବି ଟିକାକରଣ କରାଯାଉଛି । ଦେଶରେ ମୋଟ୍‌ ୧୯୩.୭୦କୋଟି ଡୋଜ୍‌ ଟିକା ଦିଆସରିଲାଣି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories