www.samajalive.in
Wednesday, December 10, 2025
26.1 C
Bhubaneswar

୧୯ବର୍ଷରୁ କମ ବିଶ୍ୱକପ କ୍ରିକେଟ : ଫାଇନାଲରେ ଭାରତ

ପୋଚେଫ୍‌ଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା) : ଭାରତ ଓ ପାକିସ୍ତାନ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ମଙ୍ଗଳବାର ଖେଳାଯାଇଥିବା ୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନ ଟିମକୁ ଏକତରଫା ଭାବେ ପରାସ୍ତ କରିଛି ଭାରତ। ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୧୭୩ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଥିଲା। ଯାହାକୁ କୌଣସି ୱିକେଟ ନହରାଇ ଭାରତ ହାସଲ କରିନେଇଛି। ଭାରତ ପକ୍ଷରୁ ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ କରିଥିଲେ। ଓପନର ଯଶସ୍ବୀ ଜୟସ୍ବାଲଙ୍କ ଆକର୍ଷଣୀୟ ଅପରାଜିତ ଶତକ ଓ ଦିବ୍ୟାଂସ ସକ୍ସେନାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହା କରିବାରେ ସକ୍ଷମ ହୋଇଛି। ଯଶସ୍ବୀ ଜୟସ୍ବାଲ ୧୧୩ବଲରୁ ଅପରାଜିତ ୧୦୫ରନ କରିଛନ୍ତି। ଯେର୍ଉଥିରେ ତାଙ୍କର ୮ଟି ଚୌକା ଓ ୪ଟି ବିଶାଳ ଛକା ସାମିଲ ରହିଛି। ସେହିଭଳି ଦିବ୍ୟାଂସ ସକ୍ସେନା ୯୯ବଲରୁ ୫୯ରନ(ଚୌକା-୬) କରିଛନ୍ତି।

ଫେବୃଆରୀ ୦୬ତାରିଖ ଗୁରୁବାରରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ। ବିଜେତା ଦଳ ଫେବୃଆରୀ ୦୯ରେ ୧୯ବର୍ଷରୁ କମ (ଅଣ୍ଡର-୧୯) ବିଶ୍ବକପର ଫାଇନାଲ ମ୍ୟାଚରେ ଭାରତକୁ ଭେଟିବ।

- Advertisement -

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories