www.samajalive.in
Saturday, December 13, 2025
17.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର ମହିଳା ଟେଷ୍ଟମ୍ୟାଚ୍‌, ଭାରତ ୧/୧୩୨

ଗୋଲ୍‌ଡକୋଷ୍ଟ: ଟେଷ୍ଟମ୍ୟାଚ୍‌ରେ ଅଷ୍ଟ୍ରେଲିଆର ମୁକାବିଲା କରିବା ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ୧୫ ବର୍ଷ ପ୍ରତୀକ୍ଷାର ଅନ୍ତଃ ଘଟିଛି। ଏହାସହ ପ୍ରଥମ ଦିବାରାତ୍ର ଓ ଗୋଲାପୀ ବଲ୍‌ ଟେଷ୍ଟମ୍ୟାଚ୍‌ ଖେଳିବାକୁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଯେଉଁ ସ୍ବପ୍ନ ଦେଖିଥିଲା; ତାହା ମଧ୍ୟ ସାକାର ହୋଇଛି। ହେଲେ ମ୍ୟାଚ୍‌ର ପ୍ରଥମ ଦିନରେ ଖେଳରେ ବର୍ଷା ବାଧକ ସାଜିଛି। ଶୁକ୍ରବାର ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଏକମାତ୍ର ମହିଳା ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ବର୍ଷା ଯୋଗୁଁ ପ୍ରଥମ ଦିନରେ ୧୦୦ ବଦଳରେ ମାତ୍ର ୪୪.୧ ଓଭର ଖେଳ ସମ୍ଭବ ହୋଇଛି। ତେବେ ଏତିକି ସମୟରେ ଭାରତୀୟ ଓପ୍‌ନର ସ୍ମୃତି ମାନ୍ଧାନା ତାଙ୍କ ବ୍ୟାଟିଂ ପ୍ରତିଭା ଦେଖାଇ ପାରିଛି। ମାନ୍ଧାନା ପ୍ରଥମ ଦିନରେ ୮୦ ରନ୍‌କରି ଅପରାଜିତ ରହିବାରୁ ବର୍ଷା ଯୋଗୁଁ ଜଲ୍‌ଦି ପ୍ରଥମ ଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତ ୧ ୱିକେଟରେ ୧୩୨ ରନ୍‌ କରିପାରିଛି।

ଏହି ୪-ଦିନିଆ ଦିବାରାତ୍ର ମ୍ୟାଚ୍‌ରେ ଟସ୍ ଜିତି ଘରୋଇ ଅଷ୍ଟ୍ରେଲିଆ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଭାରତୀୟ ଓପ୍‌ନିଂ ଯୋଡ଼ି ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ଲଢ଼ୁଆ ବ୍ୟାଟିଂକରି ୯୩ ରନ୍‌ର ଭାଗିଦାରୀ କରିଥିଲେ। ୬୪ ବଲ୍‌ରୁ ୪ଟି ଚୌକା ସହ ୩୧ ରନ୍‌କରି ଶେଫାଳି ଆଉଟ ହୋଇଥିଲେ। ଅବିଭାଜିତ ୨ୟ ୱିକେଟ ପାଇଁ ମାନ୍ଧାନା ଓ ପୁନମ୍ ରାଉତ ୩୯ ରନ୍ ଯୋଡ଼ିଛନ୍ତି। ପୁନମ୍ ୫୭ ବଲ୍‌ରୁ ଗୋଟିଏ ଚୌକା ସହ ୧୬ ରନ୍‌କରି କ୍ରିଜ୍‌ରେ ଅଛନ୍ତି। ମାନ୍ଧାନା ୧୪୪ ବଲ୍‌ରୁ ଗୋଟିଏ ଛକା ଓ ୧୫ଟି ଚୌକା ସହ ୮୦ ରନ୍‌କରି କ୍ରିଜ୍‌ରେ ଅଛନ୍ତି। ଏହା ମାନ୍ଧାନାଙ୍କ ସର୍ବାଧିକ ଟେଷ୍ଟ ସ୍କୋର୍‌। ଏହି କ୍ରମରେ ସେ ତାଙ୍କର ପୂର୍ବ ସ୍କୋର୍ ୭୮ ରନ୍‌କୁ ଅତିକ୍ରମ କରିଛନ୍ତି। ଅଷ୍ଟ୍ରେଲିଆର ସୋଫି ମୋଲିନ୍ୟୁ ଏକମାତ୍ର ୱିକେଟ ନେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories