www.samajalive.in
Saturday, December 13, 2025
21.1 C
Bhubaneswar

ରାଞ୍ଚି ଟେଷ୍ଟରେ ରୋହିତ ଶର୍ମାଙ୍କ ଶତକ : ଭାରତ ୨୨୪/୩

ରାଞ୍ଚି : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ତଥା ଶେଷ ମ୍ୟାଚର ପ୍ରଥମ ଦିନରେ ରୋହିତ ଶର୍ମା ଶତକ ହାସଲ କରିଛନ୍ତି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତ ଧିରେ ଧିରେ ନିଜ ସ୍ଥିତି ସୁଦୃଢ କରିବାରେ ଲାଗିଛି।  ଆଜିଙ୍କ୍ୟ ରାହାଣେ ମଧ୍ୟ ଶତକ ହାସଲ ଦିଗରେ ଅଗ୍ରସର ହେଉଛନ୍ତି । ଜଳପାନ ବିରତି ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୦୫ ରନ ସଂଗ୍ରହ କରିଛି।

ସୂଚନାଯୋଗ୍ୟ, ଶନିବାରଠାରୁ ରାଞ୍ଚିରେ  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ତଥା ଶେଷ ଆରମ୍ଭ ହୋଇଛି । ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଆରମ୍ଭରୁ ୨ଟି ୱିକେଟ ହରାଇଥିଲା । ଦକ୍ଷିଣ ଆଫ୍ରିକା ବୋଲର କାସିଗୋ ରାବାଡା ଟିମ୍‌ ଇଣ୍ଡିଆ ଓପନର ମୟଙ୍କ ଅଗ୍ରୱାଲଙ୍କ ସହିତ ଚେତେଶ୍ଵର ପୂଜାରାଙ୍କୁ ଆଉଟ କରିଥିଲେ। ଦଳ ଦୁଇ ୱିକେଟ ହରାଇବା ପରେ ଅନ୍ୟତମ ଓପନର ରୋହିତ ଶର୍ମା ଏବଂ କ୍ୟାପଟେନ ବିରାଟ କୋହଲି ଇନିଂସ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ  କୋହଲି ମଧ୍ୟ ୧୨ ରନ କରି ଆଉଟ ହୋଇ ଯାଇଥିଲେ। ନୋର୍ଟିଜ କୋହଲିଙ୍କୁ ଆଉଟ କରିଥିଲେ।

- Advertisement -

ପରେ ରାହାଣେ ଓ ରୋହିତ ଶର୍ମା ଧୈର୍ଯ୍ୟର ସହ ଖେଳି ଦଳର ସ୍ଥିତିକୁ ମଜବୁତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ତେବେ ଖରାପ ଆଲୋକ ଯୋଗୁଁ କିଛି ସମୟ ପାଇଁ ମ୍ୟାଚ ବନ୍ଦ ରହିଛି। ଶେଷ ଖବର ଅନୁସାରେ ଭାରତ ୫୮ ଓଭରରେ ୩ ୱିକେଟ ହରାଇ ୨୨୪ ରନ ସଂଗ୍ରହ କରିଛି । ରୋହିତ ଶର୍ମା ୧୧୭ ଓ ରାହାଣେ ୮୩ ରନ କରି ଅପରାଜିତ ଅଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ୨ଟି ଟେଷ୍ଟରେ ଟିମ ଇଣ୍ଡିଆ ବିଜୟୀ ହେବା ସହିତ୨-୦ରେ ସିରିଜ କବ୍‌ଜା କରିସାରିଛି। ୩ୟ ଟେଷ୍ଟରେ ଭାରତ ବିଜୟ ହାସଲ କରି ସିରିଜକୁ କ୍ଲିନ ସୁଇପ୍‌ କରିବା ଲକ୍ଷ୍ୟ ରଖିଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories