www.samajalive.in
Monday, December 8, 2025
24.1 C
Bhubaneswar

୩ୟ ଦିନିକିଆ ; ସିରିଜ୍‍ ବିଜୟ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମୌଙ୍ଗାନୁଇ : ସିରିଜ୍‍ ବିଜୟ ଲକ୍ଷ୍ୟରେ ସୋମବାର ଭାରତୀୟ କ୍ରିକେଟ ଦଳ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ୟ ମ୍ୟାଚ୍‍ ଖେଳିବାକୁ ଓହ୍ଲାଇବ। ୩ୟ ମ୍ୟାଚରେ ହିଁ ସିରିଜ୍‍ ଜିତି ଶେଷ ୨ଟି ମ୍ୟାଚରେ ବିଶ୍ୱକପ୍‍ ଲାଗି ପରୀକ୍ଷାନିରୀକ୍ଷା କରିବାକୁ ଭାରତର ଲକ୍ଷ୍ୟ ରହିବ।

ସିରିଜ୍‍ର ପ୍ରଥମ ୨ଟି ମ୍ୟାଚରେ ଭାରତ ପଭାବଶାଳୀ ପ୍ରଦର୍ଶନ କରିଛି। ଉଭୟ ମୁକାବିଲାରେ ଭାରତ ଏପରି ପ୍ରଦର୍ଶନ କରିଛି ଯେ କୌଣସି ସମୟରେ ନ୍ୟୁଜିଲାଣ୍ଡ ମ୍ୟାଚରେ ଥିବା ପରି ମନେ ହୋଇନଥିଲା। ଏହି ୨ଟି ମ୍ୟାଚରେ ସହଜ ବିଜୟ ପ୍ରମାଣିତ କରିଛି ଯେ ବିଶ୍ୱକପ୍‍ ୩ ମାସ ଥିବା ବେଳେ ଭାରତୀୟ ଦଳ ସଠିକ୍‍ ଫର୍ମରେ ରହିଛି। ପୁଣି ଗତ ୩ ମାସରେ ଭାରତ ଯେପରି କ୍ରିକେଟ ଖେଳିଛି; ତାହା ପୂରା ଦଳକୁ ନିଶ୍ଚୟ ଆତ୍ମବିଶ୍ୱାସ ଦେବ। ସୋମବାର ୩ୟ ଦିନିକିଆକୁ ଜିତିପାରିଲେ ଭାରତ କ୍ରମାଗତ ୪ର୍ଥ ଦିନିକିଆ ଟୁର୍ଣ୍ଣାମେଣ୍ଟ/ସିରିଜ୍‍ ଜିତିପାରିବ। ଅନ୍ୟପକ୍ଷରେ ପ୍ରଥମ ୨ଟି ମ୍ୟାଚରେ ଅପେକ୍ଷାଠାରୁ ଖରାପ ପ୍ରଦର୍ଶନ କରିଥିବା ନ୍ୟୁଜିଲାଣ୍ଡ ତା’ର ପ୍ରଦର୍ଶନରେ ଉନ୍ନତି କରିବା ପାଇଁ ପ୍ରାଣପଣେ ପ୍ରୟାସ କରିବ। ପୁଣି ସିରିଜରେ ବଜାୟ ରହିବା ଲାଗି ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‍ ନିଶ୍ଚୟ ଜିତିବାକୁ ପଡ଼ିବ।
ସିରିଜ୍‍ ଆରମ୍ଭରୁ ପୂର୍ବାନୁମାନ କରା ଯାଇଥିଲା ଯେ ଏହା ସଂଘର୍ଷପୂର୍ଣ୍ଣ ହେବ। ତେବେ ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାରକାରୀ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିପାରିଛି। ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ଉଭୟ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି ସତ; ବିଜୟରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି ବୋଲରମାନେ। ସେମାନେ ଅଦ୍ୟାବଧି ୨୦ଟିଯାକ ୱିକେଟ ନେଇ ପାରିଛନ୍ତି। ସେଥିରୁ ସ୍ପିନର ୧୫ଟି ୱିକେଟ ପାଇଛନ୍ତି। ଏହି ୧୫ଟିରୁ କୁଲଦୀପ ଯାଦବ ଏକାକୀ ୮ଟି ୱିକେଟ ନେଇଛନ୍ତି। ଏହି ପିଚରେ  ସ୍ପିନ୍‍କୁ ସହାୟତା ମିଳୁଥିବା ବେଳେ ଏବଂ ଏଥିରେ ୩ ଦିନରେ ୨ୟ ମ୍ୟାଚ୍‍ ଖେଳାଯିବାକୁ ଥିବା ବେଳେ ପୁଣିଥରେ ନ୍ୟୁଜିଲାଣ୍ଡ ବ୍ୟାଟିଂକୁ ଚାପରେ ପକାଇବେ। ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଅଧିକାଂଶ ବ୍ୟାଟ୍‍ସମ୍ୟାନଙ୍କ ରେକର୍ଡ ବହୁତ ଭଲ ହୋଇଥିଲେ ହେଁ ଏହା ପ୍ରତିଫଳିତ ନହୋଇ ରେକର୍ଡରେ ସୀମିତ ରହିଯାଇଛି। ପ୍ରଥମ ମ୍ୟାଚରେ କେନ୍‍ ୱିଲିୟମ୍‍ସନ ଅର୍ଦ୍ଧଶତକ ମାରିଥିଲେ ହେଁ ଉଭୟ ମ୍ୟାଚରେ ଖରାପ ସଟ୍‍ ଖେଳି ୱିକେଟ ଫିଙ୍ଗିଛନ୍ତି। ତେଣୁ ତାଙ୍କୁ ଅଧିକ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟାଟିଂ କରିବାକୁ ପଡ଼ିବ। ଗତ ବିଶ୍ୱକପ୍‍ ପରଠାରୁ ଦିନିକିଆରେ ୬୦ରୁ ଅଧିକ ଆଭ୍‍ରେଜରେ ରନ୍‍ କରିଥିବା ରସ୍‍ ଟେଲରଙ୍କୁ ଲମ୍ବା ଇନିଂସ ଖେଳି ମଧ୍ୟକ୍ରମ ସମ୍ଭାଳିବାକୁ ପଡ଼ିବ। ପୁଣି ବିଶ୍ୱର ଅନ୍ୟତମ ସଫଳ ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ ମାର୍ଟିନ୍‍ ଗପ୍‍ଟିଲଙ୍କୁ ମଧ୍ୟ ବଡ଼ ରନ୍‍ କରିବାକୁ ପଡ଼ିବ। ଭାରତ ତା’ର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ। ଦଳ ସହ ଯୋଗ ଦେଇଥିବା ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଖେଳିବାର ସମ୍ଭାବନା ରହିଛି। ଫଳରେ ବିଜୟ ଶଙ୍କର ବାହାରେ ବସିବେ। ଏହି ମ୍ୟାଚ୍‍ ପରେ ବିଶ୍ରାମ ପାଇଁ ସ୍ୱଦେଶ ଫେରିବା ପୂର୍ବରୁ ଅଧିନାୟକ ବିରାଟ କୋହଲି ଦଳକୁ ଟ୍ରଫି ଜିତାଇବାକୁ ଚାହାନ୍ତି। ନ୍ୟୁଜିଲାଣ୍ଡ ତା’ର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ। ୨ୟ ମ୍ୟାଚ୍‌ରେ ବିଫଳ ହୋଇଥିବା କଲିନ୍ ଡି ଗ୍ରାଣ୍ଡହୋମ୍‌ଙ୍କ ସ୍ଥାନରେ ମିଚେଲ ସାଣ୍ଟନର ଖେଳିପାରନ୍ତି। ନ୍ୟୁଜିଲାଣ୍ଡ ଯଦି ୩ୟ ମ୍ୟାଚ୍‌ରେ ପରାସ୍ତ ହୁଏ; ତେବେ ୨୦୧୨ ପରେ ପ୍ରଥମଥର ପାଇଁ ଏକ ଦିନିକିଆ ସିରିଜ୍‌ରେ ଏହା ପ୍ରଥମ ୩ଟି ମ୍ୟାଚ୍ ହାରିବ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories