www.samajalive.in
Thursday, December 11, 2025
15.1 C
Bhubaneswar

ଟ୍ବେଣ୍ଟି ୨୦ ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ, ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ସିଡ୍‌ନୀ: ୨ୟ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। କ୍ରମାଗତ ୨ଟି ବିଜୟ ପ‌ରେ ଭାରତୀୟ ଖେଳାଳି ଅତ୍ୟନ୍ତ ଉତ୍ସାହିତ ମନେ ହେଉଛନ୍ତି। ୨ୟ ଟ୍ବେଣ୍ଟି୨୦ ଜିତି ସିରିଜ୍ ହାତେଇବା ସହ ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରୟାସ କରିବ। ଆହତଗତ ସମସ୍ୟା ଏବଂ କ୍ରମାଗତ ୨ୟ ପରାଜୟ ଯୋଗୁଁ ଅଷ୍ଟ୍ରେଲିଆର ଦୁର୍ବଳ ମନୋବଳର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ।

ଭାରତ ପକ୍ଷରୁ  ଦ୍ରୁତ ବୋଲର ମହମ୍ମଦା ସାମିଙ୍କୁ ବିଶ୍ରାମ ଦେଇ ତାଙ୍କ ବଦଳରେ ୟଜୁବେନ୍ଦ୍ର ଚହଲଙ୍କୁ ସାମିଲ୍ କରାଯାଇଛି। ସେହିପରି ଆଘାତ ପ୍ରାପ୍ତ ମନୀଷ ପାଣ୍ଡେଙ୍କ ବଦଳରେ ଶ୍ରେୟସ ଆୟାର ଦଳକୁ ଫେରିଛନ୍ତି।

- Advertisement -

ସେପଟେ ଆଘାତ କାରଣରୁ ଅଷ୍ଟ୍ରେଲିଆର ଦଳର  କ୍ୟାପଟେନ ଆରୋନ ଫିଞ୍ଚ ଚୂଡ଼ାନ୍ତ ଏକାଦଶରେ ନାହାନ୍ତି। ତାଙ୍କ ସ୍ଥାନରେ ଓ୍ୱିକେଟ କିପର ବ୍ୟାଟସମ୍ୟାନ ମାଥ୍ୟୁ ଓ୍ୱେଡ୍ ନେତୃତ୍ୱ ନେଉଛନ୍ତି। ସେହିପରି ଘରୋଇ ଦଳର ଦ୍ରୁତ ବୋଲର ଜୋଶ୍ ହାଜଲହୁଡ ବିଶ୍ରାମ ନେଇଥିବାରୁ ତାଙ୍କ ବଦଳରେ ଆଣ୍ଡ୍ର୍ୟୁ ଟାଏ ଖେଳୁଛନ୍ତି।

ଭାରତ ଖେଳିଥିବା ଗତ ୧୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅପରାଜିତ ରହିଛି। ଭାରତ ୯ଟି ଜିତିଛି ଏବଂ ଗୋଟିଏ ବାତିଲ ହୋଇଛି। କ୍ରମାଗତ ୧୦ମ ବିଜୟ ଲକ୍ଷ୍ୟରେ ଭାରତ ରହିଛି। ପ୍ରଥମ ୨ଟି ଦିନିକିଆ ପରି ଏହି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସିଡ୍‌ନୀ ପିଚ୍‌ରେ ଅଧିକ ରନ୍‌ହେବା ନିଶ୍ଚିତ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories