ବାସ୍ତୁଶାସ୍ତ୍ରରେ କିଛି ଏପରି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାଦ୍ୱାରା ପରିବାର ସଦସ୍ୟଙ୍କର ରୋଜଗାର ବଢିବା ସହ ସଞ୍ଚୟ ମଧ୍ୟ ହୋଇଥାଏ। ମା ଲକ୍ଷ୍ମୀ ଓ କୁବେରଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ନିୟମ ବର୍ଣ୍ଣନା କରାଯାଇଛି। ଏହି ସମସ୍ତ ଉପାୟ କରିବା ଦ୍ୱାରା ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ। ଏହି ଗ୍ରନ୍ଥରେ ଘରର ମୁଖ୍ୟଦ୍ୱାରରୁ ଆରମ୍ଭ କରି ପ୍ରତ୍ୟେକ ସ୍ଥାନରେ କିଛି ଉପାୟ କରିବା ବିଷୟରେ ବର୍ଣ୍ଣନା କରାଯାଇଛି।
ରୋଜଗାର ବଢାଇବା ପାଇଁ ଘରର ଆଲମାରୀରେ ମା’ ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ଲଗାନ୍ତୁ। ଏପରି ଯଦି ନ କରି ପାରନ୍ତି ତେବେ ସୁନା କିମ୍ବା ଚାନ୍ଦିର ଟଙ୍କାକୁ ମଧ୍ୟ ରଖି ପାରିବେ। ଏପରି କରିବା ଦ୍ୱାରା ରୋଜଗାର ବଢିଥାଏ।
ଘରର ଐଶାନ୍ୟ କୋଣ (ପୂର୍ବ-ଉତ୍ତର ଦିଗ)କୁ ଖାଲି ରଖନ୍ତୁ। ଏହିଦିଗକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ଏହି ଦିଗରେ ପୂଜା ଘର ମଧ୍ୟ ରଖି ପାରିବେ। ଏପରି କରିବା ଦ୍ୱାର କୁପ୍ରଭାବ ନଷ୍ଟ ହେବା ସହ ସକରାତ୍ମକ ଶକ୍ତି ବଢିଥାଏ।
ଘରର ମୁଖ୍ୟ କବାଟକୁ ସକାଳେ ଓ ସନ୍ଧ୍ୟା ବେଳେ ଖୋଲା ରଖନ୍ତୁ। ଏବଂ ଘରକୁ ଭିତରକୁ ଯେପରି ଆଲୋକ ପ୍ରବେଶ କରି ପାରିବ ସେହିପରି ବ୍ୟବସ୍ଥା କରନ୍ତୁ।
ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟର ଦୁଇ ପଟେ ଦୀପ ଜଳାନ୍ତୁ। ଏହାସହ ଘରର ମନ୍ଦିର ଓ ଯେଉଁଠି ପାଣି ରଖୁ ଥିବେ ସେହି ସ୍ଥାନରେ ଦୀପ ଲଗାଇବା ଉଚିତ।
ସକାଳେ ଗାଧୋଇ ସାରିବା ପରେ ମୁଖ୍ୟ କବାଟରେ ସତେଜ ଫୁଲହାର ଲଗାନ୍ତୁ। ଏପରି ପ୍ରତ୍ୟେକ ଦିନ ନ କରିପାରିଲେ ସପ୍ତାହକୁ ଥରେ କରିବା ଅତ୍ୟନ୍ତ ଆବଶ୍ୟକ।
ରୋଜଗାର ବଢାଇବା ପାଇଁ କରନ୍ତୁ ଏହି ଉପାୟ
Popular Categories



